ବୀରମହାରାଜପୁର ବିଧାୟକଙ୍କ ସମୀକ୍ଷା ବୈଠକ, ଖୁବ୍‌ଶୀଘ୍ର ମୌଳିକ ସମସ୍ୟାର ହେବ ସମାଧାନ

Published By : Prameya-News7 Bureau | June 26, 2024 IST

ବିନିକା ୨୬।୬: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସଭାଗୃହ ଠାରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ବିଧାୟକ ରଘୁନାଥ ଜଗଦଲା ବ୍ଲକରେ ପହଞ୍ଚିବା ପରେ ବିଡ଼ିଓଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ସ୍ଵାଗତ କରିଥିଲେ l ପରେ ବ୍ଲକ ସଭାଗୃହ ଠାରେ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ଯ ଉପରେ ସମୀକ୍ଷା କରାଯାଇଥିଲା l ନିର୍ବାଚନ ପ୍ରଚାର ସମୟରେ କର୍ମୀ ଓ ଅଞ୍ଚଳବାସୀଙ୍କ ତରଫରୁ ପାଇଥିବା ସମସ୍ତ ଅଭିଯୋଗ ଉପରେ ଆଲୋଚନା କରିଥିଲେ l ଉପସ୍ଥିତ ଥିବା ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଏ ସରକାର ଲୋକଙ୍କ ସରକାର ବୋଲି ବିଧାୟକ କହିଥିଲେ l ଆଗାମୀ ଦିନରେ କିପରି ଭାବରେ ଜନସାଧାରଣଙ୍କ ମୌଳିକ ସମସ୍ୟା ଗୁଡିକ ଯେତେଶୀଘ୍ର ହେବ ସମାଧାନ କରାଯିବ ବୋଲି ମଧ୍ୟ ବିଧାୟକ ରଘୁନାଥ ଜଗଦଲା  କହିଥିଲେ l

You Can Read :

୪ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରଥଯାତ୍ରାରେ ହେବେ ସାମିଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.