ରୋଚକ ହେବ ବଲାଙ୍ଗୀର ବିଧାନସଭା ଆସନ, ବାପାଙ୍କ ଗଡରୁ ଲଢିବେ ପୁଅ

Published By : Prameya-News7 Bureau | April 02, 2024 IST

ଭୁବନେଶ୍ୱର ୦୨/୦୪: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ଦଳ ୪୭ ବିଧାନସଭା ସହ ୨ଟି ସହଯୋଗୀ ଦଳ ପାଇଁ ଟିକେଟ ଘୋଷଣା କରିଛି । ସେହିପରି ୮ଟି ଲୋକସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର  ମୈଦାନରେ ହେବ ଅସଲ ଲଢେଇ । 

ବିଶେଷକରି ବଲାଙ୍ଗୀର ଆସନରେ ଦେଖିବାକୁ ମିଳିବ ପରିବାର ବାଦ ରାଜନୀତି । ସେଠାରେ ଏଠକ ବାପାଙ୍କ ଗଡରେ ଲଢିବେ ପୁଅ । ଅର୍ଥାତ୍ ବାପାଙ୍କ ବଦଳରେ ପୁଅକୁ ଟିକେଟ ଦେଇଛି କଂଗ୍ରେସ । ମାନେ କହିବାକୁ ଗଲେ ଦୀର୍ଘଦିନ ଧରି ଗଡ ବଜାୟ ରଖିଥିବା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏଥର ଲଢିବେନି ନିର୍ବାଚନ । ହେଲେ ତାଙ୍କ ସ୍ଥାନରେ ଏଥର ଲଢିବେ ପୁଅ ସମରେନ୍ଦ୍ର ମିଶ୍ର । ତାଙ୍କ ସ୍ଥାନରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ ଦେଇଛି କଂଗ୍ରେସ । 

ବାପାଙ୍କ ସ୍ଥାନକୁ ପୂରଣ କରିବାକୁ ଏଥର ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ପୁଅ । ୨୦୧୪ ମସିହାରୁ ବଲାଙ୍ଗୀରରେ ନିର୍ବାଚନ ଲଢୁଛନ୍ତି ନରସିଂହ ମିଶ୍ର । ସେ ୨୦୧୪ ମସିହାରେ ପ୍ରଥମଥର ନିର୍ବାଚନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଏହାପରେ ୨୦୧୯ରେ ବି ସେ ବିଜୟୀ ହୋଇ କଂଗ୍ରେସ ବିଧାୟକ ରହିଥିଲେ । ହେଲେ ଏଥର ନିର୍ବାଚନ ନଲଢି ନିଜ ପୁଅକୁ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ ସମରେନ୍ଦ୍ର ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.