ଫୁଡ୍ ପ୍ୟାକେଜିଂକୁ ନେଇ ଭୟଙ୍କର ତଥ୍ୟ ; ମାନବ ଶରୀରରେ ମିଳିଲା ୩୬୦୦ରୁ ଅଧିକ କ୍ଷତିକାରକ କେମିକାଲ୍

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ ୨୬/୦୯ : ଆମେ ଯାହା ସବୁ ଖାଉଛେ ବା ବ୍ୟବହାର କରୁଛେ  ତାହା ଆମ ପାଇଁ ଶରୀର ପାଇଁ ଠିକ୍ ତ। ଏମିତି କହିବାର ଅର୍ଥ ଆଜିକାଲି ଅନେକ ବଡ଼ ବଡ଼ କମ୍ପାନୀର ପ୍ରଡକ୍ଟରେ  ବି ଅପମିଶ୍ରଣ କରାଯାଉଛି। ଅର୍ଥାତ୍ ସେଥିରେ ଯେଉଁ ସବୁ କେମିକାଲ୍ ମିଳୁଛି, ତାହା ଶରୀରର ପାଇଁ ବିପଦ।  ଏମିତି କହିବାର କାରଣ ଅନେକ । ନିକଟରେ ଏକ ଅଧ୍ୟୟନରୁ ଏମିତି ଏକ ,ତଥ୍ୟ ଆସିଛି ସାମ୍ନାକୁ  ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଗତ କିଛି ଦଶନ୍ଧି ମଧ୍ୟରେ ପ୍ୟାକେଟ୍ ଖାଦ୍ୟର ଧାରା ବୃଦ୍ଧି ପାଇଛି । କିନ୍ତୁ  ଆପଣ ଜାଣନ୍ତି କି ଏହି ଖାଦ୍ୟ ଖାଇବା ଦ୍ୱାରା ଅନେକ ବିପଜ୍ଜନକ ରାସାୟନିକ ପଦାର୍ଥ ମଧ୍ୟ ଶରୀରକୁ ଯାଉଛି । କାହିଁକିନା ଅଧ୍ୟୟନରୁ ଜଣାପଡିଛି ଯେ ପ୍ୟାକେଜିଂରେ ବ୍ୟବହୃତ ୩୬୦୦ ରାସାୟନିକ ପଦାର୍ଥ, ଯାହା ମଣିଷଙ୍କ ଶରୀରରେ ଦେଖିବାକୁ ମିଳିଛି । ଏହା ନିହାତି ଭାବେ ବିପଦ। କାହିଁକିନା ଏଥିରେ ଏମିତି କିଛି କେମିକାଲ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। 

Also Read- ଦରକାରଠୁ ଅଧିକ କାମ କରୁଛନ୍ତି ଭାରତୀୟ, ଏହି ତାଲିକାରେ ଦ୍ୱିତୀୟରେ ଭାରତ

ଏହି ନୂଆ ଅଧ୍ୟୟନକୁ ‘ଜର୍ନାଲ୍ ଅଫ୍ ଏକ୍ସପୋଜର ସାଇନ୍ସ ଏବଂ ଏରଭର୍ଣ୍ଣମେଣ୍ଟ ଏପିଡେମୋଲୋଜି’ ପତ୍ରିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅନୁଯାୟୀ, ମୁଖ୍ୟ ଗବେଷକ ବିର୍ଗିଟ୍ ଜିଓକେ ତାଙ୍କ ଅନୁସନ୍ଧାନ ଆଧାରରେ କହିଛନ୍ତି ଯେ ମାନବ ଶରୀରରେ ୩୬୦୦ ରାସାୟନିକ ପଦାର୍ଥ ମିଳିଛି, ସେଥିମଧ୍ୟରୁ ପ୍ରାୟ ୧୦୦ ଟି ରାସାୟନିକ ପଦାର୍ଥ ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ । 

ଅଧ୍ୟୟନ ସମୟରେ ମାନବ ଶରୀରରେ ମିଳିଥିବା କେତେକ ରାସାୟନିକ ପଦାର୍ଥ ଉପରେ ପୂର୍ବରୁ ହିଁ ଗଭୀର ଗବେଷଣା କରାଯାଇଛି। ଫୁଡ ପ୍ୟାକେଜିଂରେ ବ୍ୟବହୃତ PFAS ଓ Bisphenol A ମାନବ ଶରୀରରୁ ମିଳିଛି। ଏହାକୁ ଅତ୍ୟନ୍ତ ସାଂଘାତିକ ବିବେଚନା କରାଯାଏ ଓ ଉଭୟ ରାସାୟନିକ ପଦାର୍ଥ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିରଗିଟଙ୍କ ମତରେ ଅନ୍ୟ କେମିକାଲର ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ବହୁତ କମ ତଥ୍ୟ ଜଣାପଡ଼ିଛି। ପ୍ୟାକେଜିଂରେ ବ୍ୟବହୃତ ରାସାୟନିକ ପଦାର୍ଥ ଖାଦ୍ୟ ସହିତ ଶରୀରକୁ କିପରି ପ୍ରବେଶ କରେ ସେ ସମ୍ବନ୍ଧରେ ଅଧିକ ଅନୁସନ୍ଧାନ ଆବଶ୍ୟକତା ରହିଛି।


ଅନୁସନ୍ଧାନକାରୀମାନେ ପ୍ରାୟ ୧୪ ହଜାର ଖାଦ୍ୟ ପ୍ୟାକେଜିଂ ରାସାୟନିକ ପଦାର୍ଥକୁ ତାଲିକାଭୁକ୍ତ କରିଥିଲେ। ଏହି କେମିକାଲଗୁଡ଼ିକ ପ୍ଲାଷ୍ଟିକ, କାଗଜ, କାଚ, ଧାତୁ କିମ୍ବା ଅନ୍ୟାନ୍ୟ ସାମଗ୍ରୀରେ ହେଉଥିବା ଖାଦ୍ୟ ପ୍ୟାକେଜିଂ ଜରିଆରେ ଶରୀର ଭିତରକୁ ଯାଇଥାଏ। ଏହି ରାସାୟନିକ ପଦାର୍ଥ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ସମୟରେ ମଧ୍ୟ ଆସିପାରେ। ଯେପରିକି କନଭେୟର ବେଲ୍ଟ କିମ୍ବା ରୋଷେଇ ଘର ବାସନ ଦ୍ୱାରା ଖାଦ୍ୟ ମାଧ୍ୟମ ଦେଇ ପେଟକୁ ଯାଇପାରେ। ଗବେଷଣା ବେଳେ ମାନବ ଶରୀରରୁ ଅଳ୍ପ ସଂଖ୍ୟକ କେମିକାଲ ମିଳିବ ବୋଲି ଗବେଷକମାନେ ଆଶା କରିଥିଲେ। ହେଲେ ଅନୁଧ୍ୟାନ ବେଳେ ୩୬୦୧ଟି କେମିକାଲ ମିଳିଛି। 

ବିରଗିଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସବୁ ରାସାୟନିକ ପଦାର୍ଥ କେବଳ ଖାଦ୍ୟ ପ୍ୟାକେଜିଂ ଦ୍ୱାରା ଯେ ଶରୀର ମଧ୍ୟକୁ ଯାଇଛି, ତାହା କହିବା ମୁସ୍କିଲ। ଅନ୍ୟାନ୍ୟ କାରଣରୁ ମଧ୍ୟ ଶରୀରରୁ କେମିକାଲ ମିଳିଥାଏ ପାରେ। ମାନବ ଶରୀରରେ ବିସଫେନଲ୍ ଏ ମଧ୍ୟ ମିଳିଛି, ଯାହା ଅତ୍ୟନ୍ତ ବିପଦଜନକ। ଏହାକୁ ପ୍ଲାଷ୍ଟିକ ତିଆରିରେ ବ୍ୟବହାର କରାଯାଏ। ତେଣୁ ପ୍ୟାକେଜିଂ ଫୁଡ୍‌କୁ  ଗରମ କରନ୍ତୁ ନାହିଁ।  ଚେଷ୍ଟାକରନ୍ତୁ  ତାଜା ଓ ତିଆରି କରିବା ଖାଦ୍ୟ ଖାଇବା କଥା।   ତେବେ ଏହି ଅଧ୍ୟୟନ ଆମକୁ ଭାବିବାକୁ ମଜବୁର କରିଛି ଯେ,  ଆମେ ଯେୁଉଁ ଖାଦ୍ୟ ଖାଉଚୁ ତାହା କେତେ ସୁରକ୍ଷିତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.