ନୋଏଡାରେ ସେମିକଣ୍ଡକ୍ଟର ମହାକୁମ୍ଭ ଶୁଭାରମ୍ଭ; ୩ ଦିନ ଚାଲିବ ସେମିକନ୍ ଇଣ୍ଡିଆ-୨୦୨୪ କାର୍ଯ୍ୟକ୍ରମ

Published By : Prameya-News7 Bureau | September 11, 2024 IST

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ସେମିକନ୍ ଇଣ୍ଡିଆ- ୨୦୨୪କୁ ଉଦଘାଟନ କହିଛନ୍ତି । ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ୍ ହୋଇଛନ୍ତି । ଏହାଛଡ଼ା କାର୍ଯ୍ୟକ୍ରମରେ ଭାଗ ନେଇଥିବା ପୁଞ୍ଜିପତି ମାନଙ୍କ ସହିତ ସିଏମ୍ ଯୋଗୀ ଦୁଇଟି ସେସନରେ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ । ଏହା ସହିତ ଓ୍ବର୍କ ଫୋର୍ସ ପାଭେଲିୟନରେ ଡେଭଲ୍ପମେଣ୍ଟ ପାଭେଲିୟନକୁ ମଧ୍ୟ ଉଦଘାଟନ୍ କରିବେ । 

ସେମିକନ୍ ଇଣ୍ଡିଆ- ୨୦୨୪ କାର୍ଯ୍ୟକ୍ରମରେ ୧୭ଟି ଦେଶର ୨୫୫ ପ୍ରତିନୀତି ଭାଗ ନେଇଛନ୍ତି । ଭାରତ ସମେତ ଆମେରିକା, ଜାପାନ ଏବଂ ସାଉଥ କୋରିଆ ଭଳି ଦେଶର ପ୍ରମୁଖ ପୁଞ୍ଜିପତି ଏଥିରେ ସାମିଲ ହେବାକୁ ନୋଏଡାରେ ପଞ୍ଚିଛନ୍ତି । ବୁଧବାର, ଗୁରୁବାର ଏବଂ ଶୁକ୍ରବାର ତିନି ସକାଳ ୧୦ରୁ ସଂଧ୍ୟା ୬ଟା ଯାଏ ଚାଲିବ । ବିଶ୍ବବ୍ୟାପୀ ସେମିକଣ୍ଡକ୍ଟର କମ୍ପାନି ଏହି କାର୍ଯ୍ୟକ୍ରମରେ ନିଜର ଷ୍ଟଲ୍ ଲଗାଇଛନ୍ତି । ଆଜି ଶୁଭାରମ୍ଭ ପରେ  ସ୍ମାର୍ଟ ମାନ୍ୟୁଫାକ୍ଚରିଂ କମ୍ପାନି, ଓ୍ବର୍କଶପ୍ ଆୟୋଜନ ହେବ । ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ଉପରେ ପ୍ରସ୍ତୁତିକରଣ ମଧ୍ୟ କରାଯିବ । ... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.