ଭୁବନେଶ୍ବର ୩୧।୧୦: ଦୀପାବଳି ପାଳନ ଲାଗି ନିଜ ଗାଁ ରାଇକଳାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ୧ ନମ୍ବର ହାଟକୁ ଯାଇ କିଣାକିଣି କରିଥିଲେ । ମୁଖ୍ୟମନ୍ତ୍ରୀ ସପତ୍ନୀକ ୧ ନମ୍ବର ହାଟକୁ ଯାଇ ଫୁଟପାଥ୍ ଉଠା ଦୋକାନୀଙ୍କ ଠୁ ପୂଜା ସାମଗ୍ରୀ କିଣାକିଣି କରିଥିଲେ । ମୁଖ୍ୟମନ୍ତ୍ରୀ ଆଖୁ, ବାଳୁଙ୍ଗା, ଶୁଆଁ ନଟି, ଦୀପ, ଜଡ଼ାତେଲ, ନଡ଼ିଆ, ରଙ୍ଗୋଲି କିଣିଥିଲେ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୪ରେ ବିଧାୟକ ଥିବା ସମୟରେ ୧ ନମ୍ବର ହାଟ ନିକଟରେ ରହୁଥିଲେ ସେ ସମୟରୁ ସେ ଏହିଠାରୁ ଦୀପାବଳିରେ ସବୁ ସାମଗ୍ରୀ କିଣା କିଣି କରନ୍ତି । ଆଜି ମଧ୍ୟ ସେ ସେଇଠୁ ସବୁ କିଣିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୋକାନରେ ପାଇ ଖୁସି ବ୍ୟକ୍ତ କରି ଦୋକାନୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କେବେ ଆଗରୁ ଦେଖି ନଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ପଚାରିବା ସହ ଦୋକାନ ସମ୍ମୁଖ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ ।
You Can Read:
ଓଡ଼ିଆ ଅସ୍ମିତା ଆଉ ପରମ୍ପରାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ନିଜ ଗାଁରେ ସାନ୍ତାଳୀ ସମ୍ପ୍ରଦାୟ ସହ ପାଳିବେ ଦୀପାବଳି