ଓମାର ଅବଦୁଲ୍ଲା ଜାମ୍ମୁ-କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ; ଶପଥ ପାଠ କରାଇଲେ ଉପ-ରାଜ୍ୟପାଳ, କ୍ୟାବିନେଟରେ ୫ ମନ୍ତ୍ରୀ ସାମିଲ୍

Published By : Prameya-News7 Bureau | October 16, 2024 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆଜିଠୁ ଓମାର ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ୧୦ ବର୍ଷ ପରେ କେନ୍ଦ୍ରଶାସିତ ପ୍ରଦେଶରେ ସରକାର ଗଠନ ହୋଇଛି । ନ୍ୟାସନାଲ୍ କନଫରେସନ୍ସ ଏବଂ କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି ।  

ଜାମ୍ମୁ-କାଶ୍ମୀରର ସେର-ଏ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଉପ-ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ସହିତ ଜାମ୍ମୁ-କାଶ୍ମୀରର ନୂଆ କ୍ୟାବିନେଟର ୫ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧି, ପ୍ରିୟାଙ୍କା ଗାନ୍ଧି, ଅଖିଲେଶ ସିଂହ ଯାଦବ ସମେତ ଇଣ୍ଡିଆ ବ୍ଲକର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ବିଧାନସଭା ନିର୍ବାଚନରେ ୪୯ ଆସନରେ ବାଜିମାତ୍ କରିଛି   ଏନସି ଦଳ । ୯୦ ଆସନ ବିଶିଷ୍ଟ ଜାମ୍ମୁ-କାଶ୍ମୀର ବିଧାନସଭାରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି ।

ବିଜୟ ପକ୍କା ହେବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ତାଙ୍କ ବାପା ଫାରୁକ ଅବଦୁଲ୍ଲା। ବିଜୟ ପାଇଁ ସେ ଜାମ୍ମୁ କାଶ୍ମୀରବାସୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି  । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ପ୍ରଥମ ଥର କେନ୍ଦ୍ରଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ୧୦ ବର୍ଷ ପରେ ପୁଣି ଥରେ କୌଣସି ରାଜନୈତିକ ଦଳ ସରକାର ଗଠନ କରିବାକୁ ଯାଉଛି ।...  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.