ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର, ସୁରକ୍ଷା ପାଇଁ ଗଡଗଡିଆ ଘାଟରେ ସ୍ଵତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | July 21, 2024 IST

କଟକ ୨୧ଆସନ୍ତାକାଲି ହେଉଛି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ।   ସେଥିପାଇଁ କାଉଡ଼ିଆ ମାନେ ସବୁଆଡେ ପାଣି ଉଠାଇ ଦେବ ଦେବ ମହାଦେବଙ୍କ ମସ୍ତକରେ ଢାଳିବା ପାଇଁ ବାହାରିଥିବା ବେଳେ କଟକର ଗଡଗଡ଼ିଆ ଘାଟରୁ ମଧ୍ୟ କାଉଡ଼ିଆ ବାହାରିଛନ୍ତି । ଯେହେତୁ ଐତିହାସିକ ଗଡଗଡିଆ ଘାଟର ଅନେକ କିମ୍ବଦନ୍ତୀ ରହିଛି ସେଥିପାଇଁ ପ୍ରତି ଶ୍ରାବଣ ମାସର ପ୍ରତ୍ୟେକ ପାଳିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ପାଣି ନେଇ ବିଭିନ୍ନ ଶୈବ ପୀଠ ମାନଙ୍କୁ ବାହାରିଥାଆନ୍ତି । ଚଳିତ ବର୍ଷ କାଉଡ଼ିଆ ମାନଙ୍କର ସୁରକ୍ଷା ପାଇଁ ଗଡଗଡିଆ ଘାଟରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । କଂକ୍ରିଟ ପାହାଚ ନିର୍ମାଣ ହେବା ପରେ କିଛି ସ୍ଥାନରେ ମହାନଦୀର ଗଭୀର ଜଳରାଶିକୁ ମାପିବା ପାରୁନଥିବା କାରଣରୁ ଅନେକ ଅଘଟଣ ମଧ୍ୟ ଘଟିଛି । ଯାହାକୁ ଏଡ଼ାଇବା ପାଇଁ ପାହାଚରେ ପାଖାପାଖି ୧୦୦ ମିଟର ଷ୍ଟିଲ ରେଲିଂ ନିର୍ମାଣ କରାଯାଇଛି । ମହାନଦୀର ଗଭୀର ଜଳରାଶିକୁ କିଭଳି କେହି ନଯିବେ ସେଥିପାଇଁ ରେଲିଂକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ଜଳସମ୍ପଦ ବିଭାଗ ଓ କଟକ ମହାନଗର ନିଗମର ମିଳିତ ସହଯୋଗରେ ଏହା ନିର୍ମାଣ କରାଯାଇଛି । 

ସେହିଭଳି ଗତବର୍ଷ ଭୁଶୁଡ଼ି ଯାଇଥିବା ପାହାଚରେ କିଭଳି ଅଘଟଣ ନଘଟେ ସେଥିପାଇଁ ବାଲିବସ୍ତା ପକାଯାଇଛି । ଏନଜିଟିର ଅନୁମତି ନଥିବାରୁ ବର୍ତ୍ତମାନ ଅସ୍ଥାୟୀ ସମାଧାନ କରାଯାଇଥିବା କଥା କଟକ ମେୟର ସୁବାସ ସିଂ କହିଛନ୍ତି । ସେହିଭଳି ଶ୍ରଦ୍ଧାଳୁ ମାନଙ୍କୁ ଏହି ରେଲିଂ ଭିତରେ ରହି ଗାଧୋଇବା ପାଇଁ ଫାୟାର ଅଫିସର ଓ କର୍ମଚାରୀ ମାନେ ପରାମର୍ଶ ଦେଇଛନ୍ତି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ବୋଟ୍ ସହ କର୍ମଚାରୀ ନିଯୁକ୍ତି କରାଯାଇଥିବା କଥା କହିଛନ୍ତି ଏଏଫଓ ସଜୀବ କୁମାର ବେହେରା । 

ସେହିଭଳି ଶ୍ରଦ୍ଧାଳୁ ମାନେ ମଧ୍ୟ ପ୍ରଥମ ସୋମବାରରେ ପାଣି ଢାଳିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ପ୍ରଥମ ପାଳିରେ ସେତେ ସଂଖ୍ୟାରେ ଶ୍ରଦ୍ଧାଳୁ ନାହାନ୍ତି କିନ୍ତୁ ଧୀରେ ଧୀରେ ବଢ଼ିବାରେ ଲାଗିଥିଲେ । ସେହିଭଳି ଘାଟର ପାହାଚରେ କାଉଡ଼ିଆ ମାନଙ୍କର ସୁରକ୍ଷା ପାଇଁ କରାଯାଇଥିବା ରେଲିଂ ବ୍ୟବସ୍ଥାକୁ କାଉଡ଼ିଆ ମାନେ ସ୍ବାଗତ କରିଛନ୍ତି । 

You Can Read:

ବୈପାରୀଗୁଡାରେ ଲଗାଣ ବର୍ଷା : ଉପୁଡ଼ିଲା ବିଶାଳ ଗଛ, ଅଳ୍ପକେ ବର୍ତ୍ତିଲେ ଯବାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.