ବିଦ୍ୟୁତ ଆଘାତରେ ହାତୀ ମୃତ, ଖାଦ୍ୟ ଅନ୍ୱେଷଣରେ ଆସି ଗଲା ଜୀବନ

Published By : Prameya-News7 Bureau | June 17, 2024 IST

ସମ୍ବଲପୁର ୧୭/୦୬: ବିଦ୍ୟୁତ ଆଘାତରେ ହାତୀ ମୃତ । ସମ୍ବଲପୁର ଜିଲ୍ଲା ସଦର ପରେଷ୍ଟ ଡିଭିଜନ ଯୁଯୁମୁରା ରେଞ୍ଜର ବସିଆପଡା ଗାଁରେ ଘଟିଛି ଏହି ଅଘଟଣ । ଖାଦ୍ଯ ଅନ୍ବେଷଣରେ ଆସି ଦନ୍ତା ହାତୀଟି ବିଦ୍ଯୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ମୃତ୍ଯୁ ହୋଇଛି । 

ସୂଚନାଥାଉକି, ଦନ୍ତା ହାତୀଟି ଯୁଯୁମୁରା ଅଂଚଳରେ ପ୍ରତିଦିନ କୌଣସି ନା କୌଣସି ଘର ଭାଙ୍ଗି ଚାଉଳ ଧାନ ପରି ସାମଗ୍ରୀ ନେଉଥିଲା । ତେବେ ରବିବାର ରାତିରେ ମଧ୍ଯ ଜଣଙ୍କ ଘରେ ପଶିବାକୁ ଚେଷ୍ଟା କରିବାରୁ ସେଠାରେ ଯାଇଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ହାତୀଟିର ମୃତ୍ଯୁ ହୋଇଛି । ଖବର ପାଇ ସ୍ଥାନୀୟ ବନ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.