ପାଖରେ ଅଛି ପିଏଚ୍‌ଡି ସହ ୪ ଡିଗ୍ରୀ, କିନ୍ତୁ ଗଳି ଗଳି ବୁଲି ବିକୁଛନ୍ତି ପରିବା 

Published By : Prameya-News7 Bureau | January 04, 2024 IST

ନୂଆଦିଲ୍ଲୀ ୦୪।୦୧ : ସମସ୍ତେ ପ୍ରାୟ ଏମବିଏ ଚାୱାଲା, ବି ଟେକ୍ ଭେଲ ପୁରୀ ୱାଲା କିମ୍ବା ସାମ୍ବାଦିକ ପୋହା ୱାଲା ବିଷୟରେ ଶୁଣିଥିବେ, କିନ୍ତୁ କେବେ ଆପଣ ପିଏଚ୍‌ଡି ପରିବା ବାଲା ବିଷୟରେ ଶୁଣିଛନ୍ତି । କଥାଟି ଟିକେ ଅଡୁଆ ଲାଗୁଛି ନା । ବାସ୍ତବରେ ପଞ୍ଜାବର ଅମୃତସରର ବାସିନ୍ଦା ହେଉଛନ୍ତି ଡାକ୍ତର ସନ୍ଦୀପ ସିଂହ । ସେ ନିଜ ପରିବା ଠେଲାରେ ପରିବା ବାଲାର ବୋର୍ଡ ଲଗାଇଛନ୍ତି ଓ ରେହଡି ବିକୁଛନ୍ତି ପରିବା। ଖାସ୍‌ କଥା ହେଉଛି ବ୍ୟକ୍ତି ଜଣକ ପାଖରେ ୪ଟି ମାଷ୍ଟର ଡିଗ୍ରୀ ଓ ପିଏଚ୍‌ଡି ଡିଗ୍ରୀ ରହିଛି । କିନ୍ତୁ ଏତେ ପରେ ବି ସେ ଗଳି ଗଳିରେ ପଶି ଠେଲା ଗାଡିରେ ପରିବା ବିକୁଛନ୍ତି ।

{"id":891698,"width":839,"height":472,"sizeSlug":"full","linkDestination":"none"}

 ୩୯ ବର୍ଷିୟ ସନ୍ଦୀପଙ୍କ ପରିବାରରେ ପତ୍ନୀ, ପୁଅ, ମା, ଭାଇ ଏବଂ ଭଉଣୀ ଅଛନ୍ତି। ଭରାଡିଓ୍ବାଲା ଅଞ୍ଚଳରେ ରହୁଥିବା ସନ୍ଦୀପ ପ୍ରାୟ ୧୧ ବର୍ଷ ପର୍ଯ୍ୟନ୍ତ ପଞ୍ଜାବୀ ବିଶ୍ବବିଦ୍ୟାଳୟ ପଟିୟାଲା ଆଡହକ୍‌ରେ ଅଧ୍ୟାପକ ଭାବରେ ପାଠ ପଢାଉଥିଲେ । କିନ୍ତୁ ଚାକିରୀ ବେଳେ ତାଙ୍କୁ ଏତେ ଟଙ୍କା ମିଳୁନଥିଲା ଯେ ସେ ଏଥିରେ ପରିବାର ଭରଣପୋଷଣ କରିପାରିବେ । ଅଧ୍ୟାପକ ଭାବରେ ତାଙ୍କୁ ମାସକୁ ୩୫ ହଜାର ଟଙ୍କା ଦରମା ମିଳୁଥିଲା । ସେ ପୁଣି ପ୍ରତିମାସରେ ମିଳୁନଥିଲା । ରେଗୁଲାର କରିବା ପାଇଁ ସେ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିଲେ । ତେଣୁ ସେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ପରିବାରକୁ ଚଳାଇବା ପାଇଁ ସେ ପରିବା ବିକ୍ରି କରିବା ଆରମ୍ଭ କରିଦେଇଥିଲେ।

{"id":891699,"width":840,"height":630,"sizeSlug":"full","linkDestination":"none"}

ଥରେ ଜଣେ ମହିଳା ଯେତେବେଳେ ଏହା ଜାଣିଥିଲେ ସେ ତାଙ୍କୁ କହିଥିଲେ, ନିଜର ପରିବା ଠେଲା ପାଖରେ ନିଜର ପିଏଚ୍‌ଡି ହୋଲ୍ଡର ବୋର୍ଡ ଲଗାଇ ଦିଅନ୍ତୁ। ଫଳରେ ସରକାରୀ ଅବ୍ୟବସ୍ଥା ବିଷୟରେ ଲୋକ ଜାଣିପାରିବେ । ଏହାପରେ ସେ ନିଜର ଠେଲା ଗାଡିରେ ପିଏଚ୍‌ଡି ହୋଲ୍ଡର ବୋର୍ଡ ଲଗାଇ ପରିବା ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ସନ୍ଦୀପଙ୍କ ପାଖରେ ଗ୍ରାଜୁଏସନ୍, ଏଲଏଲବି, ଏମ୍‌ଏ ପଞ୍ଜାବୀ ଓ ପଞ୍ଜାବୀ ବିଶ୍ବବିଦ୍ୟାଳୟ ପଟିୟାଲାରୁ ପିଏଚ୍‌ଡି ଡିଗ୍ରୀ ରହିଛି। ତା ସହିତ ସାମ୍ବାଦିକତାରେ ପିଜି, ଓ୍ବିମେନ୍‌ ଷ୍ଟଡିରେ ଏମ୍‌ଏ ଏବଂ ପଲିଟିକାଲ ସାଇନ୍ସରେ କରିଛନ୍ତି ପୋଷ୍ଟ ଗ୍ରାଜୁଏସନ୍। ସେ ଚଳିତ ବର୍ଷ ଜୁଲାଇରୁ ହିଁ ପରିବା ବିକ୍ରି କରିବା ଆରମ୍ଭ କରିଛନ୍ତି।

{"id":891700,"width":840,"height":480,"sizeSlug":"full","linkDestination":"none"}

ଏତେ ପାଠ ପଢିବା ପରେ ତାଙ୍କୁ ପରିବା ବିକ୍ରି କରିବାକୁ ଖରାପ ଲାଗେନି ବୋଲି ସେ କହିଛନ୍ତି । ବର୍ତ୍ତମାନ ସନ୍ଦୀପଙ୍କ ପରିବା ବିକ୍ରି କରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସନ୍ଦୀପ କହିଛନ୍ତି ଯେ ଫଟୋ ଭାଇରାଲ ହେବା ପରଠାରୁ ତାଙ୍କ ପାଖକୁ ଶହ ଶହ କଲ୍  ଆସୁଛି ।  ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ସନ୍ଦୀପଙ୍କ କହିବା କଥା ହେଉଛି ଯେତେବେଳେ ପରିସ୍ଥିତି ଭଲ ହେବ, ସେତେବେଳେ ସେ ନିଜର କୋଚିଂ ସେଣ୍ଟର ଖୋଲିବେ ଏବଂ ପିଲାଙ୍କୁ ପାଠ ପଢାଇବେ ।

You Can Read:

wp:embed {"url":"https://www.prameyanews7.com/who-is-the-architect-of-ramlala-statue-arun-yogiraj/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-is-the-architect-of-ramlala-statue-arun-yogiraj/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.