ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ଥରେ ସରକାର ଗଢିବାକୁ ଯାଉଛି । ଏହାସହ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ନିଜ ବଳରେ ସରକାର ଗଢିବାକୁ ଯାଉଛି । ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୭୮ ଆସନ ଜିତୁଥିବା ଜଣାପଡ଼ୁଛି । ଏହି ବିଜୟରେ ଦଳର ସମସ୍ତ ନେତା, କର୍ମୀ ଖୁସି ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଟ୍ୱିଟ୍ କରି ଏଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
Thank you Odisha! It’s a resounding victory for good governance and celebrating Odisha’s unique culture.
— Narendra Modi (@narendramodi) June 4, 2024
BJP will leave no stone unturned in fulfilling the dreams of people and taking Odisha to new heights of progress.
I am very proud of all our hardworking Party Karyakartas…
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଧନ୍ୟବାଦ ଓଡ଼ିଶା ! ଏହି ବିଜୟ ସୁଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବାର ବିଜୟ । ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ଏବଂ ଓଡିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ଉଦ୍ୟମ ଛାଡିବ ନାହିଁ । ଆମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ମୁଁ ଅତ୍ୟଧିକ ଗର୍ବିତ ।‘