ସନ୍ଦେଶଖାଲି ପୀଡ଼ିତାଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ! ବ୍ୟାକ୍‌ଫୁଟ୍‌ରେ ମମତା ବାନାର୍ଜୀ

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ଉପରେ କଥିତ ଯୌନ ଉର୍ଯାତନା ଘଟଣା ଲଗାତାର ବଡ଼ ହେବାରେ ଲାଗିଛି । ବିଜେପି ସହ ରାଜ୍ୟର ବିରୋଧୀ ଦଳ ମମତା ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହାରି ଭିତରେ ମାର୍ଚ୍ଚ ୬ରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଅବସରରେ ସେ ସନ୍ଦେଶଖାଲି ପୀଡିତ ମହିଳାଙ୍କୁ ମଧ୍ୟ ଭେଟିବେ । ସନ୍ଦେଶଖାଲିରେ ବହୁ ସଂଖ୍ୟାରେ ମହିଳାମାନେ ତ୍ରୁଣମୂଳ କଂଗ୍ରେସର ଟାଣୁଆ ନେତା ଶାହଜହାନ ଶେଖ ଏବଂ କାର ସହଯୋଗୀଙ୍କ ବିରୋଧରେ ଜୋର କରି ଜମି ମାଡ଼ି ବସିବା ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗ ଆଣିଛନ୍ତି ।

ସନ୍ଦେଶଖାଲି ମାମଲା ସାମନାକୁ ଆସିବା ପରଠୁ ବିଜେପି, କଂଗ୍ରେସ ଏବଂ ବାମ ଦଳର ନେତା ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ଉଦ୍ୟମ କରୁଛନ୍ତି । ତେବେ, ବେଙ୍ଗଲ ପ୍ରଶାସନ ପ୍ରଥମେ ଏହି ନେତାଙ୍କୁ ସନ୍ଦେଶଖାଲି ଯିବା ପାଇଁ ଅନୁମତି ଦେଉ ନଥିଲା । କିନ୍ତୁ ହାଇକୋର୍ଟଙ୍କ ଅନୁମତି ମିଳିବା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେକ ବିଜେପିର କିଛି ବିଧାୟକ ସନ୍ଦେଶଖାଲି ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ ।

ପଢନ୍ତୁ: ଶାହଜାହାନକୁ ସୁରକ୍ଷା ଦେଇପାରିବେ ନାହିଁ, ଏଠି ଆତ୍ମସମର୍ପଣ କରୁ; ସନ୍ଦେଶଖାଲି ମାମଲାରେ ମମତା ସରକାର ଉପରେ ବର୍ଷିଲେ ହାଇକୋର୍ଟ

ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୬ରେ ରାଜ୍ୟର ଉତ୍ତର ୨୪ ପରଗନା ଜିଲ୍ଲାର ବାରାସାତରେ ମହିଳାଙ୍କ ଏକ ରାଲିକୁ ସମ୍ୱୋଧିତ କରିପାରନ୍ତି । ମଜୁମଦାର ଏହାମଧ୍ୟ କହିଛନ୍ତି, 'ଯଦି ସନ୍ଦେଶଖାଲିର ମାଆ-ଭଉଣୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଚାହାନ୍ତି ତେବେ ଆମେ ନିଶ୍ଚିତ ରୂପେ ଏହାର ବ୍ୟବସ୍ଥା କରିବୁ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.