ବାରଙ୍ଗ ୧୬।୧୧: ଧରାପଡିଗଲା ବାବାଙ୍କ କେଳେଙ୍କାରୀ । ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର । ଭଡ଼ା ଘରେ କରିଥିଲେ ଗୋଦାମ । ପେଶାଦାର ଅପରାଧୀ ସହ ମିଶି କରୁଥିଲେ ବେପାର । ଫୁଲବାଣୀରୁ ଆଣି ସ୍କୁଟି ସାହାଯ୍ୟରେ କରୁଥିଲେ ବେପାର । ବାବାଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ଦୀର୍ଘବର୍ଷ ଧରି ବାବା ଏବଂ ଚେଲା ପରିଚୟ ଦେଇ ରାଜଧାନୀ ତଥା ବିଭିନ୍ନ ସହରକୁ ଗଞ୍ଜେଇ କାରବାର କରୁଥିବା ଦୁଇ ନିଶା ବେପାରୀଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଫୁଲବାଣୀରୁ ବସ୍ ଏବଂ କାର୍ ଯୋଗେ ଗଞ୍ଜେଇ ମଗାଇ ପଟିଆ କାନନବିହାର ସ୍ଥିତ ଭଡ଼ା ଘରେ କରିଥିଲେ ଗୋଦାମ । ଧର୍ମ ପ୍ରଚାର ଆଳରେ ସ୍କୁଟିରେ ବୁଲି ବୁଲି ଗଞ୍ଜେଇ ବିକ୍ରି କରୁଥିଲେ । ବୁଧବାର ଦିନ ବାବା ଓ ଚେଲା ଡିଲ୍ କରୁଥିବା ସମୟରେ ପୂର୍ବରୁ ସୂଚନା ପାଇ ପ୍ରସ୍ତୁତ ଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ ବାବା ବିଚିତ୍ର ପଣ୍ଡା ଓ ଚେଲା ଉତ୍ତମ ମହାନ୍ତିଙ୍କୁ ଗିରଫ କରିଛି । ଉଭୟଙ୍କ ପାଖରୁ ୧୦ କିଲୋ ୫ ଶହ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଟି ମୋବାଇଲ, ଗୋଟିଏ ହୋଣ୍ଡା ଆକ୍ଟିଭା ଏବଂ ନଗଦ ଦୁଇ ହଜାର ଟଙ୍କା ଜବତ କରିଛି ପୋଲିସ ।
You Can Read:
wp:embed {"url":"https://www.prameyanews7.com/two-persons-give-their-statement-over-naba-das-case/","type":"wp-embed","providerNameSlug":"prameya-news-7"} /wp:embed