ଆସୁଛି ବାତ୍ୟା ‘ଦାନା’, ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ

Published By : Prameya-News7 Bureau | October 23, 2024 IST

ପଟ୍ଟାମୁଣ୍ଡାଇ ୨୩।୧୦ : ଆସୁଛି ବାତ୍ୟା ଦାନା । ଅକ୍ଟୋବର ୨୪ରେ ଭଦ୍ରକ ଜିଲ୍ଲା ଧାମରା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମଧ୍ୟଭାଗରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ l ରାଜ୍ୟ ସରକାର ବାତ୍ୟା ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଜିଲ୍ଲାପାଳଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତୁତ ରହିବାକୁ  ନିର୍ଦ୍ଦେଶ ଦେଇଛନ୍ତି l 

ତେବେ ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନ ହେଉଛି ବାତ୍ୟା ଆଶ୍ରୟସ୍ଥଳୀ l କଚ୍ଚା ଘର ହେଉ ଅବା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିବାକୁ ପ୍ରଶାସନ ବ୍ୟଗ୍ର l ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରହିଥିବା ଗୋପ୍ତିରା, ତିଗିରିଆ, ଖଡ଼ିଅଣ୍ଟା ଗ୍ରାମରେ ଓ ରାଜନଗର ଅଞ୍ଚଳର ଡେରା,  ଆଦି ଆଖପାଖ ଅଞ୍ଚଳର ବାତ୍ୟା ଆଶ୍ରୟସ୍ଥଳୀର ଚିତ୍ର ଦେଖିଲେ କହିହେବ ବାତ୍ୟା ଆଶ୍ରୟସ୍ଥଳୀ ତାର ନିଜ ସୁରକ୍ଷା ପାଇଁ ଆଶ୍ରା ଖୋଜୁଛି l ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ବାତ୍ୟା ଆଶ୍ରୟସ୍ଥଳୀ l 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.