ସୁନ୍ଦରଗଡରେ ଅସ୍ବାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରିବ ସ୍ବତନ୍ତ୍ର ଟିମ୍ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | May 31, 2024 IST

ଭୁବନେଶ୍ବର ୩୧।୫: ସୁନ୍ଦରଗଡରେ ଅସ୍ବାଭାବିକ ମୃତ୍ୟୁ ଘଟଣା ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଘଟଣାସ୍ଥଳକୁ ଯିବ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ । ଅସ୍ବାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । 

ତେବେ ସେ କହିଛନ୍ତି, ରାଉରକେଲାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ କୋମର୍ମିଡ ଥିବା ଜଣାପଡିଛି । ତେଣୁ ସେଠାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୧୧ ରହିଛି । ସେହିଭଳି ଝାରସୁଗୁଡ଼ାରେ କେତେ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା ସେ ନେଇ ଲିଖିତ ରିପୋର୍ଟ ମଗାଯାଇଛି । ସମସ୍ତ ମୃତଦେହର ବ୍ୟବଚ୍ଛେଦ କରାଯିବା ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୩ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ମୃତ୍ୟୁର କାରଣ ଅଂଶୁଘାତ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ସାଢ଼େ ଗୋଟାଏରୁ ରାତି ୮ଟା ମଧ୍ୟରେ ଅର୍ଥାତ ମାତ୍ର ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ । ଅନ୍ୟପଟେ ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳୁ ଆଉ ଦୁଇ ଜଣ ନିଜର ଜୀବନ ହରାଇଛନ୍ତି । ବର୍ତ୍ତମାନ RGH ୨୩ ଜଣଙ୍କ ଚିକତ୍ସା ଚାଲିଥିବା ବେଳେ ଗୁରୁତର ୧୦ ଜଣଙ୍କୁ ରାରକେଲା ହାଇଟେକ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ ର କାରଣ ହିଟ୍‌ୱେଭ୍‌  ହୋଇଥିବା ଆଶଙ୍କା କରାଯାଉଛି । ଏଖବର ଜଣାପଡିବା ପରେ ଘଟଣାସ୍ଥଳରେ ସାଂସଦ ଜୁଏଲ ଓରାମ ପହଞ୍ଚିଥିଲେ । ଡାକ୍ତରଖାନାରେ ସଠିକ୍ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏପରି ଘଟିଥିବା ସେ ଅଭିଯୋଗ କରଛନ୍ତି । ଅନ୍ୟପଟେ ମେଡିକାଲ ଅଫିସର ଡାକ୍ତର ସୁଧାରାଣୀ ପଣ୍ଡା କହିଛନ୍ତି, ଏକ ୪ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇ ରୋଗୀମାନଙ୍କ ଚିକିତ୍ସା କରାଯାଉଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

You Can Read :

ଜୁନ୍ ୧୦ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା, ରାଜ୍ୟରେ ଭୟଙ୍କର ତାତି ନେଲାଣି ଅନେକ ଜୀବନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.