କୋଲକାତା: ପଶ୍ଚିମବଙ୍ଗ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଦେଶବ୍ୟାପୀ ଅସନ୍ତୋଷ ତେଜିବାରେ ଲାଗିଛି । ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜି ଓପିଡି ବନ୍ଦ ଡାକରା ଦେଇଛି ଫେଡେରସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ । ଜରୁରୀକାଳୀନ ସେବାକୁ ବାଦ୍ ଦେଇ ବାକି ସମସ୍ତ ଚିକିତ୍ସା ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଏବଂ ରାତ୍ରିକାଳୀନ ଡ୍ୟୁଟିରେ ରହୁଥିବା ମହିଳା ଡାକ୍ତରଙ୍କ ସୁରକ୍ଷା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏନେଇ FAIMA ପକ୍ଷରୁ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରାଯାଇଛି ।
Also Read: ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା: ଡାକ୍ତରାଣୀ ହତ୍ୟା ମାମଲାର CBI ତଦନ୍ତ ନିର୍ଦ୍ଦେଶ
ଅନ୍ୟପଟେ ଇଣ୍ଡିଆ ମେଡିକାଲ ଆସୋସିଏସନ ବା (ଆଇଏମଏ) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖି ମୃତ ମହିଳା ଡାକ୍ତରଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏହା ସହିତ ନିରପେକ୍ଷ ତଦନ୍ତ ପାଇଁ ଦାବି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ କୁହାଯାଇଛି । ସେହିପରି ରାତିରେ ଡ୍ୟୁଟିରେ ରହୁଥିବା ମହିଳା ଡାକ୍ତରଙ୍କ ସୁରକ୍ଷା ଦାବି ହୋଇଛି । କେନ୍ଦ୍ର ସରକାର ସମସ୍ତ ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା କର୍ମୀଙ୍କ ସୁରକ୍ଷା ଲାଗି ପ୍ରୋଟୋକଲ୍ ଜାରି କରିବା ଏବଂ ସେଣ୍ଟ୍ରାଲ ହେଲ୍ଥକେୟାର ପ୍ରୋଟେକ୍ସନ ଆକ୍ଟକୁ ଲାଗୁ କରିବା ଲାଗି ଏକ କମିଟି ଗଠନ ଆଦି ଦାବି ରଖାଯାଇଛି ।
We Stand with Protesting Doctors all Over India !
— FAIMA Doctors Association (@FAIMA_INDIA_) August 12, 2024
We calls Doctor all over nation to Join this Protest from Tomorrow onwards !
We want Justice!#Nirbhaya2.0
Twitter Storm - 11 AM -13/08/2024,,#MedTwitter@ANI @AmitShah @JPNadda @MamataOfficial @WBPolice @PTI_News @aajtak pic.twitter.com/XUPP4vQrnI
ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ଶବ ମିଳିଥିଲା । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ପୋଲିସ ଗିରଫ କରି ବିଚାର ବିଭାଗୀୟ ହାଜତରେ ରଖିଛି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସକାଳେ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିଛନ୍ତି । ଆସନ୍ତା ରବିବାର ମଧ୍ୟରେ ପୋଲିସ ମାମଲାର ସାମାଧାନ ନକରିପାରିଲେ ତଦନ୍ତ ଭାର ସିବିଆଇକୁ ଦିଆଯିବ ବୋଲି ଦିଦି କହିଛନ୍ତି । ଅନ୍ୟପଟେ ଡେଲିନା ଖୋଙ୍ଗଡୁପଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ମହିଳା ଆୟୋଗର ୨ ସଦସ୍ୟ ବିଶିଷ୍ଟ ଟିମ୍ କୋଲକାତାରେ ପହଞ୍ଚିଛନ୍ତି । ଘଟଣାର ସିବିଆଇ ତଦନ୍ତ ଲାଗି କୋଲକାତା ହାଇକୋର୍ଟରେ ୩ଟି ଜନହିତ ଯାଚିକା ଆବେଦନ ହୋଇଛି । ଆସନ୍ତାକାଲି ଏହାର ଶୁଣାଣି ହେବ ।..
Also Read: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଆଜି ପଶ୍ଚିମବଙ୍ଗ ଯିବ ସିବିଆଇ