ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

Published By : Prameya-News7 Bureau | June 16, 2024 IST

ଯାଜପୁର: ଅଟୋ-ବାଇକ୍ ମୁହାଁମୁହିଁ ଧକ୍କାରେ ୪ ଗୁରୁତର। ଘଟଣା ଘଟିଛି ଦଶରଥପୁର ଥାନା  ପଞ୍ଜରାସାହି ନିକଟରେ। 

ସୂଚନା ଅନୁଯାୟୀ, ଅଟୋରେ ଡ୍ରାଇଭର ସମେତ ୩ ଜଣ ଥିଲେ। ସେହିଭଳି ବାଇକରେ ମଧ୍ୟ ୩ ଜଣ ଥିଲେ। ହେଲେ ପଞ୍ଜରାସାହି ନିକଟରେ ଅଟୋ-ବାଇକ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା।

ଆଉ ଏଥିରେ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.