ନିଖୋଜ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ, ଉପଯୁକ୍ତ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ

Published By : Prameya-News7 Bureau | July 11, 2024 IST

ବିନିକା ୧୧: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଅଭିଯୋଗ । ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରିଥିବା ନେଇ ଥାନାରେ ଏତଲା । ତୁରନ୍ତ ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କଲେ ପରିବାର ଲୋକ ଓ ଗ୍ରାମବାସୀ । 

ଅଭିଯୋଗ ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଲଚରା ଗାଁର ସୁରଥ ନାଏକ ବୁଧବାର ସନ୍ଧ୍ୟା ୬ଟାରୁ ନିଖୋଜ ଅଛନ୍ତି । ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିବା ବେଳେ ଜୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବା ଚିହ୍ନ ଦେଖିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ଏତଲା ରଖି ନଥିଲେ । ପରେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ପୋଲିସ ଏତଲା ରଖିଥିଲେ ହେଁ କୌଣସି ତତ୍ପରତା ଦେଖାଇ ନଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ  ସଂପୃକ୍ତି ଥିବା ବ୍ୟକ୍ତି ଅପହରଣ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସୁରଥଙ୍କ ପୁଅ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ନିଶ୍ଚିତ ଭାବେ ନ୍ୟାୟ ମିଳିବ ପ୍ରଥମେ ତାଙ୍କୁ ଖୋଜିବାକୁ ପୋଲିସ ପଦକ୍ଷେପ ନେଉ ଏବଂ ଯଦି ହତ୍ୟା କରାଯାଇଥିବ ନିଶ୍ଚିତ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା । 

ତେବେ ବର୍ତ୍ତମାନ ସୁଦ୍ଧା ମୃତଦେହ ଉଦ୍ଧାର ହୋଇନାହିଁ । ଅପରପକ୍ଷରେ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଘଟଣାର ଖୁଲାସା ହେବ ଅପେକ୍ଷା କରନ୍ତୁ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି l ରାସ୍ତାରୋକ ହୋଇଥିବା ସ୍ଥାନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି l ଏହି ଘଟଣାକୁ ପୋଲିସ ତତ୍ପରତା ସହ ନେଇ ତଦନ୍ତ କରାଯିବ ଏବଂ ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଓହରି ଥିଲେ ଉତ୍ତ୍ୟକ୍ତ ଲୋକ l

You Can Read:

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା : 'ବଡ଼ଠାକୁର ବଳଭଦ୍ର ପଡିଯିବା ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ, ଭକ୍ତଙ୍କୁ ଆଶ୍ବସ୍ତ କରିବ'

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.