ସନ୍ଦେଶଖାଲି ମାମଲାରେ ଦିଦିଙ୍କୁ ଆଶ୍ବସ୍ତି; ସଂସଦୀୟ କମିଟି ନିଷ୍ପତ୍ତି ଉପରେ ‘ସୁପ୍ରିମ’ ରୋକ୍

Published By : Prameya-News7 Bureau | February 19, 2024 IST

ନୂଆଦିଲ୍ଲୀ:  ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ବସ୍ତି । ସଂସଦର ବିଶେଷ ଅଧିକାର ଆଇନ୍ କମିଟି ନିଷ୍ପତ୍ତି ଉପରେ ଲାଗିଲା ରୋକ୍ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଅନ୍ୟ ଅଧିକାରୀଙ୍କୁ ସଂସଦୀୟ କମିଟି ପଠାଇଥିବା ନୋଟିସ୍ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ସୋମବାର ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ବଡ଼ ନିଷ୍ପତ୍ତି ନେଇଛନ୍ତି ।   

wp:embed {"url":"https://www.prameyanews7.com/krvind-kejriwal-skips-probe-agencys-6th-summons-aap-says-matter-in-court-now/","type":"wp-embed","providerNameSlug":"prameya-news-7"}
https://www.prameyanews7.com/krvind-kejriwal-skips-probe-agencys-6th-summons-aap-says-matter-in-court-now/
/wp:embed

ସନ୍ଦେଶଖାଲି ମାମଲାକୁ ନେଇ ପଶ୍ଚିମବଙ୍ଗ ପୋଲିସ୍ ଓ ବିଜେପି ସାଂସଦ ମଧ୍ୟରେ ତୁତୁ ମେମେ ହୋଇଥିଲା । ସାଂସଦ ସୁକାନ୍ତ ମଜୁମଦାର ସାଂସଦର ବିଶେଷ ଅଧିକାର କ୍ଷୂର୍ଣ୍ଣ ହୋଇଥିବା ନେଇ ପ୍ରଭିଲେଜ୍  କମିଟିକୁ ଜଣାଇଥିଲେ । ଏହା ପରେ ସଂସଦୀୟ କମିଟି ଦୁର୍ବ୍ୟବହାର କେସ୍‌ରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀଙ୍କୁ ନୋଟିସ୍ ଜାରି କରିଥିଲେ । ୧୯ ଫେବ୍ରୁଆରୀରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ସୋମବାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପଶ୍ଚିମ ସରକାର । ତେବେ ମାମଲାର ଶୁଣାଣି କରି ସଂସଦୀୟ କମିଟି ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି । ଫଳରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାରଙ୍କୁ ଆଶ୍ବସ୍ତି ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.