ସସ୍ମିତଙ୍କର କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ, ତଦନ୍ତ ହେଲେ ଜଣାପଡିବ କାହା ନିର୍ଦ୍ଦେଶରେ ଏଭଳି ହେଲା : ବଦ୍ରି ପାତ୍ର

Published By : Prameya-News7 Bureau | April 05, 2025 IST

ଭୁବନେଶ୍ବର ୫: ଓ୍ବାକଫ୍ ବିଲ୍‌କୁ ନେଇ ରାଜ୍ୟସଭାରେ ବିଜେଡି ଦୁଇ ଭାଗ ହେବା ପରେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ବଡ଼ ବୟାନ ଦେଇଛନ୍ତି । ବଦ୍ରି କହିଛନ୍ତି, ସସ୍ମିତ ପାତ୍ର ଏତେବଡ଼ ସାହସ କଲେ କେମିତି । ଦଳ ସମଦୂରତା ନୀତି ରଖି ଚାଲୁଥିଲା । କିନ୍ତୁ ଏହି ନିଷ୍ପତ୍ତି ଅନୁରୂପ ହେଲାନି । କିଏ ଗୋଟେ ଖେଳ କଲା । କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ । ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହେଲା କେମିତି ? ସନ୍ଦେହ ରହୁଛି । ପ୍ରଫୁଲ୍ଲ ସାମଲ ଆକ୍ସନ ଦାବି କରିଛନ୍ତି । ଗଣେଶ୍ୱର ବେହେରା ବି ଆକ୍ସନ ପାଇଁ କହିଛନ୍ତି । ଦଳ ଏବେ ଧର୍ମ ସଙ୍କଟରେ । ସସ୍ମିତଙ୍କର ସେ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଆଞ୍ଚ୍ ଆସିଛି । ଦଳ ତା ଆଦର୍ଶରେ ଅଛି । କିନ୍ତୁ ଏବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି । ତଦନ୍ତ ହେଲେ ଜଣାପଡିବ କାହାର ନିର୍ଦ୍ଦେଶରେ ଏଭଳି ହେଲା । ଓ୍ବାକଫ୍‌କୁ ନେଇ ବିଶ୍ବାସର ସଙ୍କଟ ହେଲା ଦଳରେ । 

ଶୁକ୍ରବାର ପ୍ରତିକ୍ରିୟା ରଖି ବଦ୍ରି କହିଥିଲେ, ଓ୍ବାକଫ୍ ବିଲ୍‌କୁ ବିରୋଧ କରିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁନା ଖାଁଙ୍କୁ ଦୁଇ ଥର କହିଥିଲେ । ନିଷ୍ଠାପର ଭାବେ ବିରୋଧ କରିବା ପାଇଁ କହିଥିଲେ । ଏଭଳି କେମିତି ହେଲା ତାହା ଚିନ୍ତାଜନକ । ଓ୍ବାକଫ୍ ବିଲ୍ ସପକ୍ଷରେ ଭୋଟ୍ ଯିବା ଏଥିରେ କିଛି ଖେଳ ହୋଇଛି । ସଭାପତି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କଥା ଖୋଜା ଚାଲିଛି । ହ୍ବିପ୍ କାହିଁକି ଜାରି କରାଗଲାନି ତାହା ବର୍ତ୍ତମାନ ସନ୍ଦେହ ଘେରରେ ବୋଲି ବଦ୍ରି କହିଥିଲେ ।



You Can Read:

ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି : ଚାଲିଗଲା ଦମ୍ପତିଙ୍କ ଜୀବନ, ବର୍ତ୍ତିଗଲେ ୪ ବର୍ଷର ଶିଶୁ

  • odisha
  • OdishaNews
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.