ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | December 27, 2023 IST

ଯାଜପୁର ୨୭/୧୨: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍ ପାସ୍ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଯାଜପୁର ଭିଜିଲାନ୍ସ ।

ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା । ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ ୨୫ ହଜାର ଦାବି କରିଥିଲେ । ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଦାବି କରିଥିଲେ । ତେବେ ଏହି ସମୟରେ ଯାଜପୁର ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.