ଗାଧୋଇବା ହେଲା କାଳ, ଜଗତପୁର କେନାଲରେ ବୁଡି ଛାତ୍ର ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ

Published By : Prameya-News7 Bureau | August 19, 2024 IST

କଟକ ୧୯/୮: ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ । କେନାଲକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ । ସେ ବିହାର ଅଞ୍ଚଳର ବିତେଶ ଯାଦବ । ବୟସ ୧୯ ବର୍ଷ । ବିତେଶ କିଛି ସାଙ୍ଗଙ୍କ ସହ ଜଗତପୁର ନିକଟ କେନାଲକୁ ଗାଧୋଇବାକୁ ଆସିଥିଲେ । ହଠାତ କେନାଲ ମଝିକୁ ଯାଇ ନିଖୋଜ ହୋଇଯାଇଥିଲେ ବିତେଶ । 

ତାଙ୍କ ସହ ଯାଇଥିବା ୩ ଜଣ ସାଂଗ ବହୁତ ଖୋଜାଖୋଜି କରିଥିଲ ମଧ୍ୟ ବିତେଶଙ୍କୁ ପାଇନଥିଲେ । ନିରାଶ ହୋଇ କୂଳକୁ ଆସି ପରିବାର ଲୋକ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିତେଶଙ୍କୁ ଖୋଜିବାକୁ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭହୋଇଛି । ଏବେ ଯାଏ ବିତେଶଙ୍କ ପତ୍ତା ମିଳିନି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.