ଭାଙ୍ଗିଗଲା ବିବାହ, ସହିପାରିଲେନି ଦୀପା: ହାରିଦେଲେ ଜୀବନ

Published By : Prameya-News7 Bureau | June 17, 2024 IST

ଭୁବନ ୧୭/୦୬: ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ରୀ । ଆଉ ହାତରେ ଲେଖିଦେଇ ଗଲା ପ୍ରେମିକାର ନାଁ ଓ ନମ୍ୱର । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ନୁଆଟିପିଲେଇ ଗ୍ରାମର ପ୍ରେମାନନ୍ଦ ପ୍ରଧାନଙ୍କ ଝିଅ ଦୀପା ପ୍ରଧାନ । ସେ ପିଜି ଛାତ୍ରୀ ଥିଲେ । 

ଦୀପା ଘରର ଫ୍ୟାନରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପା । ବାପାଙ୍କ ଅଭିଯୋଗ ଅନୁସାରେ ସେହି ଗ୍ରାମର ଚିଣ୍ଟୁ ଦଳେଇଙ୍କ ସହ ଝିଅର ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଉଭୟ ପରିବାର ପକ୍ଷରୁ ବିବାହ ମଧ୍ୟ ସ୍ଥିର ହୋଇଥିଲା । ହେଲେ କୌଣସି କାରଣରୁ ବିବାହ ଭାଙ୍ଗି ଯାଇଥିଲା । 

ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଦୀପା । ସେହି କାରଣରୁ ଝିଅ ଦୀପା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବାପା ପ୍ରେମାନନ୍ଦ ପ୍ରଧାନ। ସେପଟେ ଛାତ୍ରୀଙ୍କ ଘରେ ଭୁବନ ପୋଲିସ ପହଞ୍ଚ ଛାତ୍ରୀଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ ପାଇିଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.