ନୂଆଦିଲ୍ଲୀ ୧୬/୫: ମନଇଚ୍ଛା ଅଭିଯୁକ୍ତକୁ ଗିରଫ କରିପାରିବନି ଇଡି । ଏମିତି କହିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯଦି ଅଭିଯୁକ୍ତ ସ୍ବତନ୍ତ୍ର କୋର୍ଟଙ୍କ ସମନ ଅନୁସାରେ ହାଜର ହେଉଛନ୍ତି ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିପାରିବନି । ଗିରଫ କରିବା ପୂର୍ବରୁ ଇଡିକୁ କୋର୍ଟଙ୍କ ଅନୁମତି ନେବାକୁ ପଡିବ । ଐତିହାସିକ ନିଷ୍ପତ୍ତି ଅନୁସାରେ ଇଡିର କ୍ଷମତାକୁ ସଂକୁଚିତ କରିଛନ୍ତି ସୁପ୍ରିମକୋର୍ଟ । ପିଏମ୍ଏଲ୍ଏ ଆକ୍ଟର ଧାରା ୧୯ ଅନୁଯାୟୀ ଇଡି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପାଇଥିବା ଅଧିକାର ଉପରେ ସୁପ୍ରିମକୋର୍ଟ ସର୍ତ୍ତ ଲାଗୁ କରିଛନ୍ତି ।