୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ, ୪୩ ଡିଗ୍ରୀ ପାର୍ ହେଲା ୯ ସହରର ତାପମାତ୍ରା

Published By : Prameya-News7 Bureau | April 21, 2024 IST

ଭୁବନେଶ୍ବର ୨୧।୪: ଜଳୁଛି ସାରା ଓଡ଼ିଶା । ଢହ ଢହ ଖରା ସାଙ୍ଗକୁ ତତଲା ପବନ । ଆଜି ବି ତାତିରୁ ତ୍ରାହି ନାହିଁ । ବାରିପଦାରେ ୪୪ ଡିଗ୍ରୀ ଡେଇଁଲା ତାତି । ୩ ଦିନ ଧରି ବାରିପଦାରେ ତାତି ୪୪ ଡିଗ୍ରୀ ଉପରେ ରହିଛି । 

ଦିନ ୨ଟା ୩୦ ସୁଦ୍ଧା ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ହୀରାକୁଦ ଓ ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୧.୭, ଭୁବନେଶ୍ୱର ଓ ଚାନ୍ଦବାଲିରେ ୪୧.୬, ବାଲେଶ୍ୱରରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ସକାଳ ୮ଟା ୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ଶନିବାର ତୁଳନାର ରବିବାର ତାପମାତ୍ରାରେ ସାମନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ତେବେ କେଉଁଠି କେତେ ରହିଛି ତାପମାତ୍ରା । ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା ରହିଥିଲା । ଅନୁଗୁଳରେ ୩୪, ଯାଜପୁରରେ ୩୪.୮, କଟକରେ ୩୪, ଭବାନୀପାଟଣାରେ ୩୪.୪, ଭୁବନେଶ୍ୱରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । 

ସକାଳ ୧୧ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ସେହିଭଳି ଭୁବନେଶ୍ବରରେ ୪୦.୭, ବାଲେଶ୍ବରରେ ୪୦.୧, ରାଉରକେଲାରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେପଟେ ଆସନ୍ତା ୨୬ ତାରିଖରେ ତାତି ୪୬ ଡିଗ୍ରୀ ଡେଇଁବା ଆଶଙ୍କା ରହିଛି । ବିପଜ୍ଜନକ ସ୍ତର ଛୁଇଁଲାଣି ୟୁଭି କିରଣ ମାତ୍ରା । ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଚର୍ମ କର୍କଟ, ସନ୍ ବର୍ଣ୍ଣ, ଆଖି ଖରାପ ହେବାର ମଧ୍ୟ ଆଶଙ୍କା ମଧ୍ୟ କରାଯାଉଛି । 

You Can Read :

ଘରୁ ଶହେ ଟଙ୍କା ଚୋରିକୁ ନେଇ ବାପା-ପୁଅ ଝଗଡା, କଟୁରୀ ଚୋଟରେ ପୁଅ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.