ଭୁବନେଶ୍ବର ୬।୬: ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳ ରଘୁବର ଦାସଙ୍କୁ ଅବଗତ କରାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଗୁରୁବାର ଦିନ ୧ଟା ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିଜ ଟିମ୍ ସହ ରାଜଭବନ ଯାଇଥିଲେ । ସେଠାରେ ସେ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚନୀ ଫଳାଫଳ ନେଇ ରିପୋର୍ଟ ଦେଇଛନ୍ତି ।
୨୦୨୪ ନିର୍ବାଚନରେ କେଉଁ ଦଳର ସଂଖ୍ୟା ଗରିଷ୍ଠତା ରହିଛି ସେ ସମ୍ପର୍କରେ ରାଜ୍ୟପାଳଙ୍କ ଅବଗତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ରିପୋର୍ଟ ଦେଇଥାନ୍ତି । ଏହା ସହିତ ନିର୍ବାଚିତ ବିଧାୟକ ତାଲିକା ପ୍ରଦାନ କରିଛନ୍ତି ।
You Can Read :
ଧରାକୋଟରେ ନିର୍ବାଚନ ପରବର୍ତ୍ତୀ ହିଂସା, ଯୁବକଙ୍କୁ ପିଟିପିଟି ମାରିଦେଲେ