ଥାନା ସମ୍ମୁଖରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ : ୩ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ପୋଲିସ ହେଡକ୍ୱାଟର୍ସକୁ ବଦଳି

Published By : Prameya-News7 Bureau | June 27, 2024 IST

ଚାନ୍ଦବାଲି ୨୭।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ ମାରିବା ଘଟଣାରେ ଭଦ୍ରକ ପୋଲିସ ହେଡକ୍ୱାଟର୍ସକୁ ତିନି ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ଚାନ୍ଦବାଲି ବାସୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟା ୬ଟାରେ ମହିଳାଙ୍କୁ ଘୋଷାଡି ଘୋଷାଡି ନେଇଥିବା ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମଗାର୍ଡ, ଡ୍ରାଇଭରକୁ ଭଦ୍ରକ ଜିଲ୍ଲା ହେଡକ୍ୱାଟର୍ସକୁ ବଦଳି କରାଯାଇଛି । ଥାନା ସମ୍ମୁଖରେ ଯୋତା ଖୋଳ ଫିଙ୍ଗିବା ଭଳି ସାଧାରଣ ଘଟଣାରେ ମହିଳା ଏବଂ କନେଷ୍ଟବଳଙ୍କ ବଚସାରୁ ଆରମ୍ଭ ହୋଇଥିଲା ବର୍ବରତା । ମହିଳା ପୋଲିସ କର୍ମଚାରୀଙ୍କ ବଦଳରେ ପୁରୁଷ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ଅଭିଯୋଗ ହୋଇଛି । ଦଳିତ ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି । ଏହି ସଂକ୍ରାନ୍ତରେ ଭଦ୍ରକ ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ବଦଳିଲେ ସୀମିତ ରହିଛି । ତେବେ ମହିଳାଙ୍କ ପ୍ରତି ଏମିତି ଘଟଣା ଭିଡିଓ ଦେଖିବା ପରେ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଚାନ୍ଦବାଲିବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଚାନ୍ଦବାଲି ଏସଡିପିଓ କହିଛନ୍ତି, ଭଦ୍ରକ ହେଡକ୍ୱାଟର୍ସକୁ ପ୍ରାଥମିକ ବଦଳି ପରେ ତଦନ୍ତ କରାଯାଇ ପୁନଶ୍ଚ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

You Can Read :

ଦାରିଙ୍ଗବାଡି ବିଇଓଙ୍କ ଅଫିସ ଛାତରୁ ଗଳୁଛି ପାଣି, ବର୍ଷା ପାଣିରେ ନଷ୍ଟ ହେଲା ଲକ୍ଷ ଲକ୍ଷ ଟଙ୍କାର ପାଠ୍ୟପୁସ୍ତକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.