ଯେଉଁ ମିଠା ଖାଉଛନ୍ତି ;ତାହା ଅସଲି ଘିଅରେ ପ୍ରସ୍ତୁତ ତ, ଆପଣ ବି ଖାଉନାହାନ୍ତି ତ ପଶୁ ଚର୍ବି ମିଶା ଖାଦ୍ୟ ?

Published By : Prameya-News7 Bureau | September 24, 2024 IST

ନୂଆଦିଲ୍ଲୀ ୨୪/୦୯:  ଆପଣ ବି ଖାଉନାହାନ୍ତି ତ ପଶୁ ଚର୍ବି ମିଶା ଖାଦ୍ୟ  ?  ଏ ପ୍ରଶ୍ନ ଆପଣଙ୍କୁ ବିଚଳିତ କରିପାରେ । କିନ୍ତୁ ଏମିତି ପ୍ରଶ୍ନ ପଚାରିବା ପଛରେ ରହିଛି ବଡ଼ କାରଣ। ନିକଟରେ ତିରୁପତି ମନ୍ଦିର ପ୍ରସାଦ ଉପରେ ପ୍ରଶ୍ନବାଚୀ ଉଠିବା ପରେ ଅନେକ ତଥ୍ୟ ଆସୁଛି ସାମ୍ନାକୁ । ତିରୁପତି ମନ୍ଦିରରେ  ପ୍ରସ୍ତୁତ ହେଉଥିବା ଭୋଗ ବା ଲଡୁରେ ମିଶୁଥିଲା ପଶୁ ଚର୍ବି । କେବଳ ସେତିକି ନୁହେଁ ନିମ୍ନ ନିମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ । ଏଭଳି ସାଂଘାତିକ ତଥ୍ୟ ରିପୋର୍ଟରେ ଆସିଛି ସାମ୍ନାକୁ । ପ୍ରସାଦରେ ଘୁଷୁରୀ ଚର୍ବି ମିଶା ଯାଉଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ସୃଷ୍ଟି ହୋଇଛି ରାଜନୈତି ଝଡ଼ ।  କିନ୍ତୁ ଆପଣ କଣ ଜାଣିଛନ୍ତି  ଏମିତି ଚର୍ବି ମିଶ୍ରିତ ଖାଦ୍ୟ ଆପଣ ବି କେବେ ଖାଇଥାଇ ପାରନ୍ତି। ଏହା ବିଷୟରେ ହୁଏତ ଥିବେ....  ଆଜ୍ଞ। ଆସନ୍ତୁ ଜାଣିବା କେମିତି ଏହି ଖାଦ୍ୟ ଆପଣଙ୍କ ନିକଟରେ ପହଞ୍ଚୁଥିବ। 

ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦରେ ବ୍ୟବହୃତ ଘିଅର ଅନୁସନ୍ଧାନ ରିପୋର୍ଟ ଚକିତ କଲାଭଳି। ଯେଉଁଥିରେ ମାଛ ତେଲ ଏବଂ ପଶୁ ଚର୍ବି ହେଉଥିଲା ବ୍ୟବହାର ।  ପ୍ରସାଦ ଲଡ୍ଡୁରେ   ସୋୟାବିନ୍, ସୂର୍ଯ୍ୟମୁଖୀ, ଅଲିଭ୍, ସୋରିଷ, ଖସା,  ମକା ଓକପାସ ମଞ୍ଜି,  ମାଛ ତେଲ, ନଡିଆ ବି ମିଳିଛି।  ଘିଅରେ ବ୍ୟବହୃତ ଏହି ଜିନିଷଗୁଡିକ ବିଦେଶୀ ଚର୍ବି ଭାବରେ ଜଣାଶୁଣା। ତେବେ ଫରେନ୍ ଫ୍ୟାଟ୍ ବା ବିଦେଶୀ ଚର୍ବି କଣ ?

ଯେତେବେଳେ ଦୁଗ୍ଧଜାତ ଦ୍ରବ୍ୟ ତିଆରି କରିବା ପାଇଁ ଅଣ-ଦୁଗ୍ଧ ପଦାର୍ଥ ବ୍ୟବହୃତ ହୁଏ, ଏହାକୁ ବିଦେଶୀ ଚର୍ବି କୁହାଯାଏ । ଅର୍ଥାତ୍ ଘିଅ ତିଆରିରେ ଯେତେବେଳେ ପନିପରିବା ତେଲ, ପଶୁ ଚର୍ବି, ହାଇଡ୍ରୋଜେନେଟେଡ୍ ତେଲ ବ୍ୟବହୃତ ହୁଏ ।  ଏହି ଫରେନ୍ ଫ୍ୟାଟ୍ ଜରିଆରେ ନକଲି ଘିଅ ବ୍ୟବହାର କରାଯାଇଥାଏ।


ସେଥିପାଇଁତ ଆପଣଙ୍କ ଖାଦ୍ୟ ପର୍ଯ୍ୟନ୍ତ ଏହା ପହଞ୍ଚିବାର ଉତ୍ସ ହେଉଛି ଘିଅ। ବାସ୍ତବରେ, ଅନେକ କମ୍ପାନୀ ନକଲି ଘିଅ ତିଆରି କରି ବଜାରରେ ବିକ୍ରି କରନ୍ତି ।  ଏହି କୃତ୍ରିମ ଘିଅ ତିଆରି କରିବା ପାଇଁ ମଇଁଷି ଶିଙ୍ଗ ଏବଂ ପଶୁ ଚର୍ବି ବ୍ୟବହାର କରାଯାଏ । ଘିଅରେ ଚର୍ବିର ପରିମାଣ ବଢ଼ାଇବାକୁ ଏହାକୁ ବ୍ୟବହାର କରାଯାଏ । ନକଲି ଘିଅ ତିଆରି କରି ଏହିପରି ଉତ୍ପାଦ ବ୍ୟବହାର କରିବା ଦ୍ୱାରା ଅନେକଙ୍କ ଜୀବନ ପଡ଼ିଥାଏ ବିପଦରେ । 

2020 ମସିହାରେ ଆଗ୍ରାରୁ ଏକ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ପୋଲିସ ନକଲି ଘିଅ ତିଆରି କରୁଥିବା କାରଖାନାକୁ ଧରିଥିଲା। ଯେଉଁଠି  ପଶୁମାନଙ୍କର ଚର୍ବି, ହାଡ, ଶିଙ୍ଗକୁ ଫୁଟାଇ ଘିଅ ତିଆରି କରାଯାଉଥିଲା । ପୋଲିସ ସେତେବେଳେ କହିଥିଲେ ଯେ ଏଠାରେ ମଇଁଷି ଶିଙ୍ଗ ଏବଂ ପଶୁ ଚର୍ବିରୁ ଘିଅ ପ୍ରସ୍ତୁତ କରାଯାଇଛି। ଏହିପରି ଅନେକ ମାମଲା ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି, ଯେତେବେଳେ ଏହା ଜାଣିବାକୁ ମିଳିଛି ଯେ ଘିଅ ତିଆରି କରିବା ପାଇଁ ଚର୍ବି ବ୍ୟବହାର କରାଯାଇଥିଲା । 

Also Read-  ଫୁଡ୍ ପ୍ୟାକେଜିଂକୁ ନେଇ ଭୟଙ୍କର ତଥ୍ୟ ; ମାନବ ଶରୀରରେ ମିଳିଲା ୩୬୦୦ରୁ ଅଧିକ କ୍ଷତିକାରକ କେମିକାଲ୍

ଏପରି ପରିସ୍ଥିତିରେ, ଯଦି ଭୁଲ୍ ଏବଂ ଦୁର୍ଭାଗ୍ୟବଶତଃ  ଆପଣ ଏପରି ନକଲି ଘି କିଣନ୍ତି, ତେବେ ଏହା ଆପଣଙ୍କ ପ୍ଲେଟରେ ମଧ୍ୟ ପହଞ୍ଚିପାରେ । କାରଣ  ପ୍ରାୟତଃ ବଜାରରେ ପୂଜା ଘିଅ ନାଁରେ ଅପମିଶ୍ରିତ ଘିଅକୁ ବିକ୍ରି କରାଯାଏ । ତେଣୁ ଘିଅ କିଣିବାବେଳେ ଆପଣଙ୍କୁ ବିଶେଷ ଯତ୍ନ ନେବାକୁ ପଡିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.