୨୦୧୭ ଆଠମଲ୍ଲିକ ଟ୍ରିପଲ ମର୍ଡର : ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

Published By : Prameya-News7 Bureau | September 27, 2024 IST

ଆଠମଲ୍ଲିକ ୨୭।୯: ଅନୁଗୋଳ ଜିଲ୍ଲାର କିଶୋରନଗର ଥାନା ଅଞ୍ଚଳରେ ୨୦୧୭ ମସିହାର ଗୋଟିଏ ପରିବାର ଟ୍ରିପଲ ମର୍ଡର ଘଟଣାରେ ରାୟ ପ୍ରକାଶ ପାଇଛି । ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ଉଭୟ ଅଭିଯୁକ୍ତଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

କେଶରେ ୪୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ଓକିଲ ଅସିତ ଦେଓ ଏହି କେସ୍‌ର ଦାୟିତ୍ୱ ନେଇଥିଲେ । ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ସ୍ୱାମୀ-ସ୍ତ୍ରୀ ଓ ୪ ବର୍ଷର ପୁଅକୁ ହତ୍ୟା କରିଥିବା ପ୍ରମାଣ ମିଳିଛି ବୋଲି ସରକାରୀ ଓକିଲ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ଗ୍ରୁପରୁ ଆଣିଥିବା ଟଙ୍କା ଲୁଟ୍ ପାଇଁ ଗୋଟିଏ ପରିବାର ତିନି ଜଣକୁ ହତ୍ୟା କରା ଯାଇଥିଲା । 

You Can Read:

ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬ ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏଁ ନିଯୁକ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.