ବିଶାଖାପାଟନାମ୍: ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ ଜିଲ୍ଲା କଣ୍ଟକପାଲ୍ଲୀ ରେଳ ଦୁର୍ଘଟଣାରେ ବଡ଼ ଖୁଲାସା । ୨୦୨୩ ଅକ୍ଟୋବର ୨୯ ତାରିଖରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ଲୋକୋ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟଙ୍କ ଖାମଖିଆଲି ଯୋଗୁ ଦୁର୍ଘଟଣା ଘଟିଛି । ୨ ଡ୍ରାଇଭର ଟ୍ରେନ୍ ଚାଲୁଥିବା ବେଳେ ମୋବାଇଲରେ କ୍ରିକେଟ୍ ମ୍ୟାଚ ଦେଖୁଥିଲେ । ଏହି ସମୟରେ ଆକ୍ସିଡେଣ୍ଟ ହୋଇଥିଲା । ହାଓ୍ବଡା-ଚେନ୍ନାଇ ଲାଇନରେ ରାୟଗଡ଼ା ପାସେଞ୍ଜର ଟ୍ରେନ୍ ବିଶାଖାପାଟନମ୍-ପଲାସା ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଏଥିରେ ୧୪ଜଣ ପ୍ରାଣ ହରାଇଥିବା ବେଳେ ୫୦ଜଣ ଆହତ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମାଚାର ଏଜେନ୍ସି ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି, ଆନ୍ଧ୍ର ପ୍ରଦେଶ କଣ୍ଟକପାଲ୍ଲୀ ରେଳ ଦୁର୍ଘଟଣା ବେଳେ ଲୋକୋ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ । ତେଣୁ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ଏବେ ରେଳ ଦୁର୍ଘଟଣା ରୋକିବାକୁ ସିଷ୍ଟମକୁ ଅତ୍ୟାଧୁନିକ କରାଯାଉଛି । ଅନ୍ୟପଟେ ଲୋକ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ୍ ଲୋକ ପାଇଲଟ୍ ଟ୍ରେନ୍ ଚାଲୁଥିବା ବେଳେ ଲାଇନ ଉପରେ ଯେପରି ପୂରା ଫୋକସ୍ କରିବେ ସେଥିପାଇଁ ବ୍ୟବସ୍ଥା କରାଯିବ । କୌଣସି ପରିସ୍ଥିତି ଦୁର୍ଘଟଣାକୁ ଏଡାଇ ହେବେ ସେନେଇ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ।
wp:embed {"url":"https://www.prameyanews7.com/shehbaz-sharif-set-to-become-pakistans-prime-minister-for-a-second-time/","type":"wp-embed","providerNameSlug":"prameya-news-7"} /wp:embedରେଳ ସୁରକ୍ଷା ଆୟୁକ୍ତ ଦ୍ବାରା ଯାଞ୍ଚରେ ଦୁର୍ଘଟଣାର କାରଣ ଜଣାପଡ଼ିଛଥି । ମାତ୍ର ଏହି ରିପୋର୍ଟ ଏବେ ସାର୍ବଜନୀନ କରାଯାଇନାହିଁ । ଦୁର୍ଘଟଣାର ଗୋଟିଏ ଦିନ ପରେ ରେଳ ବିଭାଗ ପ୍ରାରମ୍ଭିକ ରିପୋର୍ଟ ଜାରି କରିଥିଲା । ରାୟଗଡ଼ା ପାସେଞ୍ଜର ଓ ବିଶାଖାପାଟନମ୍-ପଲାସା ଟ୍ରେନ ଦୁର୍ଘଟଣା ପାଇଁ ପାଇଲଟ୍ ଦାୟି ବୋଲି କୁହାଯାଇଥିଲା । ନିୟମ ଉଲ୍ଲଙ୍ଘନ କରି ଖରାପ ଅଟୋ ସିଗ୍ନନାଲରେ ଟ୍ରେନକୁ ପାସ୍ କରିଥିଲେ । ଦୁର୍ଘଟଣା ଦୁଇ ଚାଳକଙ୍କ ମୃତ୍ୟୁ ହୋଇଛି ।