ହାତରେ ଝାଡ଼ୁ ଧରି ବସ୍ତି ରାସ୍ତା ଓଳାଇଲେ, ରାସ୍ତାରେ ପଡ଼ିଥିବା ଅଳିଆକୁ ହାତରେ ଉଠାଇ ସଫା କଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 05, 2024 IST

ଭୁବନେଶ୍ବର ୫।୧୦: ମା’ ମଙ୍ଗଳା ବସ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାତରେ ଝାଡୁ ଧରି ନିଜେ ବସ୍ତିର ରାସ୍ତାକୁ ଓଳାଇବା ସହ ରାସ୍ତାରେ ପଡ଼ି ରହିଥିବା ଅଳିଆକୁ ହାତରେ ଉଠାଇ ସଫା କଲେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମେୟର ସୁଲୋଚନା ଦାସ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ଥିଲେ । 

ଗତ ୧୦ ବର୍ଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵଚ୍ଛତାକୁ ନେଇ ଆହ୍ବାନ ଦେଇଥିଲେ । ବର୍ତ୍ତମାନ ସମୟରେ କେବଳ ସରକାରର ବ୍ୟବସ୍ଥା ଭିତରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୀମିତ ହୋଇ ରହିନାହିଁ । ସାରା ଦେଶରେ ସମସ୍ତେ ଗୋଟିଏ ବିଷୟରେ ଏକମତ ହୋଇଛନ୍ତି, ଦେଶରେ ସ୍ୱଚ୍ଛତା ବଢ଼େଇବାକୁ ପଡ଼ିବ । ବର୍ତ୍ତମାନ ଦେଶରେ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି । ଅକ୍ଟୋବର ୨ରେ ସ୍ୱଚ୍ଛତା ଅଭିଯାନର ୧୦ବର୍ଷ ପୂର୍ତ୍ତି ହୋଇଛି । 

ଶନିବାର ମଙ୍ଗଳା ବସ୍ତିରେ ବିଏମ୍‌ସିର କିଛି ସ୍ୱଚ୍ଛ ସିପାହୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ ବସି ଏକାଠି ଚା’ ପିଇଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସ ଏଥର ଓଡ଼ିଶାରେ  ଭାରତ ସରକାର ପାଳନ କରିବାକୁ ଯାଉଛନ୍ତି । ତା ପରେ ପରେ ନିକଟ ଭବିଷ୍ୟତରେ ନିବେଶକ ସମିଟ୍ ମଧ୍ୟ ଓଡ଼ିଶାରେ ହେବ ।   ଆମର ଦାୟିତ୍ବ ସମସ୍ତେ ଏକତ୍ରିତ ହୋଇ ସରକାରଙ୍କ ଉନ୍ନତିମୂଳକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରିବା ବୋଲି ଧର୍ମେନ୍ଦ୍ର କହିଛନ୍ତି । 

You Can Read:

ଛାତ୍ରୀଙ୍କୁ କମେଣ୍ଟ ମାରି ନିସ୍ତୁକ ମାଡ ଖାଇଲେ ୩ ଯୁବକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.