TCSକୁ ବଡ଼ ଝଟକା, ୧୯୪ ମିଲିୟନ ଡଲାର ଜରିମାନା ଲଗାଇଲେ ଆମେରିକୀୟ କୋର୍ଟ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ଆଇଟି କମ୍ପାନି ଟାଟା କନସଲଟେନ୍ସି ସର୍ଭିସେସ୍ ଉପରେ ଆମେରିକୀୟ କୋର୍ଟ ମୋଟା ଜରିମାନା ଲଗାଇଛନ୍ତି । ଟାଟା ଗ୍ରୁପର ଆଇଟି କମ୍ପାନି ଉପରେ ଡଲାସ ଡିଭିଜନ ନଦର୍ନ ଡିଷ୍ଟ୍ରିକ୍ଟ ଅଫ୍ ଟେକ୍ସାସର ୟୁନାଇଟେଡ୍ ଷ୍ଟେଟ୍ସ ଜିଲ୍ଲା କୋର୍ଟ ୧୯୪ ମିଲିୟନ ଡଲାରରୁ ଅଧିକ ଜରିମାନା ଲଗାଇଛନ୍ତି ।

ଷ୍ଟକ୍ସ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନି କହିଛି, ଆମେ ସୂଚିତ କରିବାକୁ ଯାଉଛି କମ୍ପାନିକୁ ଆମେରିକାର ଜିଲ୍ଲା କୋର୍ଟଙ୍କ ଦ୍ୱାରା ପାରିତ ଏକ ପ୍ରତିକୂଳ ନିଷ୍ପତ୍ତି ମିଳିଛି । କମ୍ପାନି ଅନୁସାରେ ଏହି ମାମଲାରେ ତାଙ୍କ ପାଖରେ ମଜଭୁତ ଯୁକ୍ତି ରହିଛି ଏବଂ ଉପରସ୍ତ କୋର୍ଟରେ ସମୀକ୍ଷା ଯାଚିକାରେ ଅପିଲ୍ ମାଧ୍ୟମରେ ନିଜର ପକ୍ଷ ରଖିବ । 

ଖବର ଅନୁସାରେ ଟ୍ରେଡ୍ ସିକ୍ରେଟର ଦୁରୁପଯୋଗ ଅଭିଯୋଗ କାରଣରୁ ଏହି ଜରିମାନା ଲଗାଯାଇଛି । କମ୍ପ୍ୟୁଟର ସାଇନ୍ସେସ କର୍ପୋରେସନ (ସିଏସସି) କମ୍ପାନି ବିରୋଧରେ ମକଦ୍ଦମା ଦାଖଲ କରିଥିଲା । କୋର୍ଟଙ୍କ ଆଦେଶ ଅନୁସାରେ କମ୍ପାନି ୨୦୧୬ର ଡିଫେଣ୍ଡ ଟ୍ରେଡ୍ ସିକେଟ୍ସ ଆକ୍ଟ (ଡିଟିଏସଏ) ଅଧିନରେ ବ୍ୟବସାୟ ରହସ୍ୟର ଦୁରୁପଯୋଗ ପାଇଁ କମ୍ପାନି ଦାୟୀ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.