ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ, କେବେ ହେବ ଲଞ୍ଚ ? କହିଲେ ଇସ୍ରୋ ମୁଖ୍ୟ

Published By : Prameya-News7 Bureau | June 28, 2023 IST

ନୂଆଦିଲ୍ଲୀ, ୨୮/୦୬: ଜୁଲାଇ ତୃତୀୟ ସପ୍ତାହରେ ଲଞ୍ଚ ହେବ ଚନ୍ଦ୍ରଯାନ-୩। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) ମୁଖ୍ୟ ଏସ ସୋମନାଥ ଚନ୍ଦ୍ରଯାନ-୩ ଲଞ୍ଚ ତାରିଖକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଚନ୍ଦ୍ରଯାନ-୩ର ଲଞ୍ଚ କେବେ ହେବ ଇସ୍ରୋ ମୁଖ୍ୟ ତାହା ସୁନିଶ୍ଚିତ କରିଛନ୍ତି । ବୁଧବାର ଇସ୍ରୋ ମୁଖ୍ୟ କହିଛନ୍ତି ଯେ, ଚନ୍ଦ୍ରଯାନ-୩ର ଲଞ୍ଚିଂ ଜୁଲାଇ ୧୨ରୁ ୧୯ ମଧ୍ୟରେ ହେବ। ଏଥିପାଇଁ ସବୁ ଟେଷ୍ଟିଂ ସରଛି। ପେଲୋଡ୍‌ ଲଗାଯାଇସାରିଛି। ଲଞ୍ଚିଂର ନିର୍ଦ୍ଦିଷ୍ଟ ତାରିଖ କିଛି ଦିନରେ ଘୋଷଣା ହେବ।

ତେବେ ପୂର୍ବଥର ଭଳି ଏଥର ବିକ୍ରମ ଲ୍ୟାଣ୍ଡର ସହ ଯାହା ହୋଇଥିଲା ତାହା ଏଥର ହେବ ନାହିଁ ବୋଲି କହିଥିଲେ ଇସ୍ରୋ ମୁଖ୍ୟ। କାରଣ ଏଥର ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ଲ୍ୟାଣ୍ଡିଂ ଟେକନିକ୍‌ରେ ପରିବର୍ତ୍ତନ କରାଯାଇଛି। ଅର୍ଥାତ୍‌ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ଟେକନିକ୍‌କୁ ନୂଆ ଭାବରେ ତିଆରି କରାଯାଇଛି।

wp:embed {"url":"https://twitter.com/ANI/status/1674039919591952389?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1674039919591952389?s=20
/wp:embed

ଚନ୍ଦ୍ରଯାନ-୩ ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଏବଂ ରୋଭର ପଠାଉଛି। ଯେତେବେଳେକି ଚନ୍ଦ୍ରମା ଚାରିପାଖେ ପୂର୍ବରୁ ବୁଲୁଥିବା ଚନ୍ଦ୍ରଯାନ-୨ ଅର୍ବିଟର ସହ ଲ୍ୟାଣ୍ଡର-ରୋଭର ସହ ଯୋଡ଼ାଯିବ। ଏହି ସ୍ପେସ୍ପକ୍ରାଫ୍ଟର ଅଧିକାଂଶ ପ୍ରୋଗ୍ରାମ ପୂର୍ବରୁ ହିଁ ସ୍ବୟଂଚାଳିତ। ଏଥିରେ ଅନେକ ସେନ୍ସର ଲଗାଯାଇଛି ଯାହାକି ଲ୍ୟାଣ୍ଡିଂ ଏବଂ ଅନ୍ୟ କାର୍ଯ୍ୟରେ ସହାୟତ କରିବେ।

ଆହୁରି ପଢ଼ନ୍ତୁ: ଜୁଲାଇରେ ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରଯାନ-୩, ମିଶନ ସଫଳ ହେଲେ ଭାରତ ପାଲଟିବ ଚତୁର୍ଥ ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.