କେଜରିୱାଲ୍‌ଙ୍କ ଚ୍ୟାଲେଞ୍ଜ: ବିଜେପି ଯଦି ଏପରି କରି ଦେବ, ମୁଁ ନିର୍ବାଚନ ଲଢ଼ିବିନି

Published By : Prameya-News7 Bureau | January 12, 2025 IST

News7

ନୂଆଦିଲ୍ଲୀ: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କର ବିଜେପିକୁ ବଡ଼ ଚ୍ୟାଲେଞ୍ଜ୍। ଯଦି ବିଜେପି ମୋର ଏହି ସର୍ତ୍ତମାନେ ତେବେ ମୁଁ ନିର୍ବାଚନ ଲଢ଼ିବା ନାହିଁ ବୋଲି କହିଲେ କେଜରିୱାଲ୍। ବସ୍ତିବାସିନ୍ଦାଙ୍କ ପକ୍ଷରେ ଓକିଲାତ କରି କେଜରିୱାଲ କହିଛନ୍ତି ଯେ ଯାହାର କୁଡ଼ିଆ ଭଙ୍ଗା ଯାଇଛି, ସେମାନଙ୍କୁ ସେହି ସ୍ଥାନରେ ଘର ଦିଆଯାଉ, ଓ ତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯାଉ। ତେବେ ଯାଇ ମୁଁ ନିର୍ବାଚନ ଲଢ଼ିବି ନାହିଁ ବୋଲି କେଜରିୱାଲ୍ ଚ୍ୟାଲେଞ୍ଜ୍ ଦେଇଛନ୍ତି। 

ଅରବିନ୍ଦ କେଜରିୱାଲ୍ ଏହା ଦାବି କରିଛନ୍ତି ଯେ ୨୭ ଡିସେମ୍ବରରେ ଉପରାଜ୍ୟପାଳ ଶକୁର ବସ୍ତି ରେଳବାଇ କଲୋନି ପାଖରେ ବସ୍ତିର ଲ୍ୟାଣ୍ଡ ୟୁଜ୍ ବଦଳାଇ ଦେଇଛନ୍ତି। କେଜରିୱାଲ୍ ତଥ୍ୟ ଦେଇ କହିଛନ୍ତି ଯେ ଗତ ୧୦ ବର୍ଷରେ ବିଜେପି କେବଳ ୪୭୦୦ ବସ୍ତିବାସିନ୍ଦାଙ୍କୁ ଘର ଦେଇଛନ୍ତି। ହେଲେ ଦିଲ୍ଲୀରେ ଏମିତି ୪ ଲକ୍ଷ ବସ୍ତି ଘର ରହିଛି। ଆଉ ଆସନ୍ତା ବର୍ଷ ବିଜେପି ସବୁ ବସ୍ତିଘର ବାଙ୍ଗିବାକୁ ଯାଉଛି। ନିର୍ବାଚନ ଜିତିଲେ ଦଳ ସବୁ  ବସ୍ତି ଘର ଭାଙ୍ଗିଦେବ ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି। 

ଅମିତ ଶାହଙ୍କୁ ଟାର୍ଗେଟ୍ କରି କେଜରିୱାଲ କହିଛନ୍ତି ଯେ ଅମିତ ଶାହ ବସ୍ତିବାସିନ୍ଦାଙ୍କୁ ଭୂଆଁ ବୁଲାଉଛନ୍ତି। କହୁଛନ୍ତି ଯେଉଁଠି ବସ୍ତି ସେଇଟି ଘର, ହେଲେ ଏକଥା କହୁ ନାହନ୍ତି ଯେ ଯେଉଁଠି ବସ୍ତି ସେଇଠି ତାଙ୍କ ବନ୍ଧୁଙ୍କର ଘର ହେବ ବୋଲି।  ସମସ୍ତେ ଜାଣିଛନ୍ତି ତାଙ୍କ ବନ୍ଧୁ କିଏ। ଗୌତମ ଆଦାନୀଙ୍କୁ ଇଙ୍ଗିତ କରି ଏପରି କହିଛନ୍ତି କେଜରିୱାଲ୍। ବିଜେପିକୁ ଭୋଟ ଦେବା ମାନେ ଆତ୍ମହତ୍ୟା ଉପରେ ଦସ୍ତଖତ କରିବା ସହ ସମାନ ବୋଲି କେଜରିୱାଲ୍ କହିଛନ୍ତି। 

କେଜରିୱାଲଙ୍କ ଦାବିର ଜବାବ ଦେଲେ ରମେଶ ବିଧୁରୀ

ସେହିପରି ଦିଲ୍ଲୀରେ ବିଜେପିର ଚେହେରା ନେଇ ମଧ୍ୟ କେଜରିୱାଲ୍ ରମେଶ ବିଧୁରୀଙ୍କ କଥା କହିଥିଲେ। ଆଉ ଦିନେ ଦୁଇଦିନ ମଧ୍ୟରେ ବିଜେପି ରମେଶ ବିଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ ବୋଲି କେଜରିୱାଲ୍ କହିଛନ୍ତି। 

ଏହାର ଉତ୍ତରରେ ରମେଶ ବିଧୁରୀ କହିଛନ୍ତି ଯେ କଜେରିୱାଲ୍ ମୋ ବିରୋଧରେ ଦୁଶପ୍ରଚାର କରୁଛନ୍ତି। ମୋତେ ବିଜେପି ବହୁତ କିଛି ଦେଇଛି। କୌଣସି ପଦବୀ ପାଇଁ ମୁଁ ଦାବି କରି ନାହିଁ। ତେବେ କଜେରିୱାଲ୍ ଏଭଳି ଘଷୋଣା କରି ନେଜ ପରାଜୟ ସ୍ୱୀକାର କରିସାରିଛନ୍ତି। କାରଣ ଦିଲ୍ଲୀର ଜନତା ତାଙ୍କ ଉପରେ ଖୁସୀ ନାହାନ୍ତି ବୋଲି ସାରା ଦୁନିଆ ଜାଣିଛି ବୋଲି ରମେଶ ବିଧୁରୀ କହିଛନ୍ତି।  


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.