ଯୋଜନା ନାଁ ବଦଳିବା ନେଇ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ, ବିଜେପି ବିଧାୟକ କହିଲେ- ନିର୍ବାଚନ ଜିତିବାକୁ ହୋଇଥିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’

Published By : Prameya-News7 Bureau | July 26, 2024 IST

ଭୁବନେଶ୍ବର ୨୬: ପୂର୍ବ ସରକାରଙ୍କ ଯୋଜନାର ନାଁ ବଦଳିବା ନେଇ ଗୃହରେ ଉଦବେଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଗଣେଶ୍ୱର ବେହେରା କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶ ମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା । ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି । କାର୍ଯ୍ୟାଦେଶ ମିଳିବା ପରେ ବି କାମ ହେଉନି । ଯେଉଁଠି କାମ ସରିଛି ବିଲ୍ ବି ହେଉନି ଏବେ ନୂଆ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା କରିଛନ୍ତି। ତେଣୁ ଏ ସଂକ୍ରାନ୍ତରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି ବୋଲି କହିଛନ୍ତି ଗଣେଶ୍ୱର ବେହେରା ।

ବିଧାନସଭା ଭିତରେ କାଉଣ୍ଟର କଲେ ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ। ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବାକୁ ଯୋଜନା ହୋଇଥିଲା । ଗାଁରେ ଭୋଟ୍ କିଣିବା ପାଇଁ ଏହି ଯୋଜନା ଥିଲା । ଏହି ଯୋଜନା ନୀତି ଭ୍ରଷ୍ଟ, ଦୁର୍ନୀତି ଜେଇଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି ବୋଲି ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

You Can Read:

କନ୍ଧମାଳରେ ରାସ୍ତା ଉପରେ ଚାଲୁଛି ୮ରୁ ୧୦ଫୁଟ ପାଣି, ୨୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.