ନୂଆଦିଲ୍ଲୀ 13/10 : ପିନ୍ଧିଥିଲେ ଡେଲିଭରୀ ଏଜେଣ୍ଟଙ୍କ ପୋଷାକ। ସାଙ୍ଗରେ ଥିଲେ ପତ୍ନୀ। ନିଜେ ବାଇକ୍ ଚଲେଇ ଘର ଘର ବୁଲି କଲେ ଫୁଡ୍ ଡେଲିଭରୀ। ତେବେ ଆପଣ ଭାବୁ ଥିବେ ଏଥିରେ ବଡ଼ କଥା କଣ। ଏଜେଣ୍ଟ ତ ଖାଦ୍ୟ ଡେଲିଭରୀ କରନ୍ତି। ଏଠି ବି ସେଇଆ ହିଁ ହୋଇଛି। ନାଇ ଆଜ୍ଞା ବଡ଼ କଥା ଏଇଆ ଯେ, ଏଠି ନିଜେ ଜୋମାଟୋ ସିଇଓ ଦିପିନ୍ଦର ଗୋଏଲ୍ ତାଙ୍କ ପତ୍ନୀଙ୍କ ସହ ମିଶି କରିଛନ୍ତି ଫୁଡ୍ ଡେଲିଭରି। ଏଥିରେ ତାଙ୍କ ସାଥ୍ ଦେଇଛନ୍ତି ତାଙ୍କ ପତ୍ନୀ।
ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜ କାମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ତାହ୍କୁ ନେଇ ଚର୍ଚ୍ଚା । ସେ ଗୋଟିଏ ଦିନ ପାଇଁ ଖାଦ୍ୟ ବିତରଣ ଏଜେଣ୍ଟ ଭାବରେ କାମ କରିଛନ୍ତି। ଡେଲିଭରି ଏଜେଣ୍ଟଙ୍କ ୟୁନିଫର୍ମ ପିନ୍ଧି ଘର ଘର ବୁଲି ଫୁଡ୍ ଡେଲିଭରି କରିଛନ୍ତି। ତାଙ୍କ କର୍ମଚାରୀମାନେ ପ୍ରତିଦିନ କ’ଣ ସମସ୍ୟା ଓ କଣ ତାଙ୍କ ଅନୁଭୂତି ଜାଣିବାକୁ ସେ ନିଜ ଏଜେଣ୍ଟ ହୋଇ ଫୁଡ୍ ଡେଲିଭରୀ କରିଛନ୍ତି। ତାଙ୍କ ପତ୍ନୀ ଗ୍ରେସିଆ ମୁନୋଜ ମଧ୍ୟ ତାଙ୍କ ସହ ରହିଥିଲେ। ଏହି ଅଭିଜ୍ଞତାକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି ଗୋୟଲ କହିଛନ୍ତି ଯେ ଗ୍ରେସିଆ ମୁନୋଜଙ୍କ ସହ ଖାଦ୍ୟ ବିତରଣ କରିବାକୁ ଯାଇଥିଲି।
ଯାହା ଇନଷ୍ଟାଗ୍ରାମରେ ସେୟାର ହେବା ପରେ 40,000 ରୁ ଅଧିକ ଲାଇକ୍ ହୋଇଥିବାବେଳେ ଅନେକ ଏହାକୁ ପସନ୍ଦ ଓ କମେଣ୍ଟ କରିଛନ୍ତି।
ଅନେକେ ଗୋୟଲ ଏବଂ ତାଙ୍କ ପତ୍ନୀଙ୍କୁ ସେମାନଙ୍କର ଯୋଗଦାନ ପାଇଁ ପ୍ରଶଂସା କରିଥିଲେ। ଅନେକ ସମାଲୋଚନା ବି କରିଥିଲେ। ଜଣେ ୟୁଜ ଲେଖିଛନ୍ତି, "ଡାଉନ୍-ଟୁ-ଆର୍ଥ" । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଭାଇ, ତୁମେ ପୁଣି ଭୁଲ୍ ମୋଡ ନେଇଛ ... ବାମକୁ ଆଗକୁ ବଢ଼; ମୁଁ ସେଠାରେ ଠିଆ ହୋଇଛି।" ଆଉ କିଛି ୟୁଜରର ଦିପିନ୍ଦରଙ୍କ ଏହି କାମକୁ ଖୁବ୍ ପ୍ରଶଂସା କରିଛନ୍ତି। କିଛି ଲୋକ ଗୋୟଲଙ୍କୁ ସମାଲୋଚନା କରି ଏହା କେବଳ ଏକ ପ୍ରଚାର ପ୍ରସାର ବୋଲି କହିଥିଲେ। "
ତେବେ ଯାହା ବି ହେଉ ନା କାହିଁକି ଦିପିନ୍ଦର ଏହି କାମଟି ପ୍ରଂଶସା ଯୋଗ୍ୟ। ଯିଏ ଏଜେଣ୍ଟସହ ମିଶି ସମସ୍ତଙ୍କୁ ଏକାଠି ନେଇ କାମ କରୁଛନ୍ତି। ଆଉ ତାଙ୍କ ମନୋବଳ ବି ବଢ଼ାଉଛନ୍ତି।
Also Read- ବିରାଟଙ୍କ ବଡ ପ୍ରଶଂସକ, ମାନନ୍ତି ଆଦର୍ଶ: ପ୍ରତିଭା ଚିହ୍ନିଲେ ଇରଫାନ, ଦେଲେ ଚାନ୍ସ