ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନା ମଲାଇଙ୍କ ବିରୋଧରେ ସଂକଳ୍ପ ପାରିତ କଲା ଶାସକ ଏଆଇଏଡିଏମ୍‌କେ

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ବିରୋଧରେ ବୟାନ ଦେଇଥିବାରୁ ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇଙ୍କ ବିରୋଧରେ ସଂକଳ୍ପ ପାରିତ କଲା ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜଗାମ (AIADMK)।

ଜୟ ଲଳିତାଙ୍କ ଉପରେ ଆନ୍ନା ମଲାଇଙ୍କର ସିଧାସଳଖ ଟାର୍ଗେଟ୍‌କୁ ନିନ୍ଦା କରିଛନ୍ତି AIADMK କେ.ପାଲାନିସ୍ୱାମୀ। ଅନ୍ନାମଲ୍ଲାଇଙ୍କର ମନ୍ତବ୍ୟକୁ ସେ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ନିହିତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ନା ମଲାଇ ଏଭଳି ବୟାନ ଦେଇଛନ୍ତି। ତାଙ୍କର ବୟାନ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଏହା AIADMKକୁ ଆଘାତ ପହଞ୍ଚାଇଛି ବୋଲି ପାଲାନିସ୍ୱାମୀ କହିଛନ୍ତି।

{"width":837,"height":471}

ପଢ଼ନ୍ତୁ -ରାଜ୍ୟ ବିଜେପି ମୁଖ୍ୟ କେ. ଆନ୍ନା ମଲାଇଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ତାମିଲନାଡୁ ସରକାର

ଏକ ଜାତୀୟ ଇଂରାଜୀ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଅନ୍ନା ମଲାଇ ପରୋକ୍ଷରେ ଜୟ ଲଳିତାଙ୍କ ଉପରେ ସମାଲୋଚନା କରିଛନ୍ତି। ଯିଏ ଦୁର୍ନୀତି କରିବେ ସେ ତାଙ୍କ ଉପରେ ପ୍ରଶ୍ନ ଉଠାଇବା ବୋଲି ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି।

ଇଣ୍ଟରଭ୍ୟୁରେ ସେ କହିଛନ୍ତି “ ତାମିଲନାଡୁର ଏକାଧିକ ପ୍ରଶାସନ ଦୁର୍ନୀତିଗ୍ରସ୍ତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାମିଲନାଡୁ ଦୁର୍ନୀତିଖୋର ରାଜ୍ୟରେ ମଧ୍ୟରେ ଗୋଟିଏ ହୋଇଛି। ଏହା ଦୁର୍ନୀତିର ଏକ ନମ୍ବର ବୋଲି ମୁଁ କହିବି।” ୧୯୯୧-୯୬ ଭିତରେ ଦୁର୍ନୀତିର ସବୁଠାରୁ ଖରାପ ସମୟ ଥିଲା ବୋଲି ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି।

DMK Files' | BJP leader Annamalai says he will approach CBI with plaint  against TN CM Stalin for 'tweaking' tender 13 years ago - The Hindu

ପଢ଼ନ୍ତୁ -ତାମିଲ ନାଡୁରେ ଦୁର୍ବଳ ହେଉଛି ବିଜେପି: ଦଳ ଛାଡ଼ି AIADMKରେ ମିଶିଲେ ୧୦୦ ମହିଳା କର୍ମୀ

ତେବେ ଏହା ପୂର୍ବରୁ ଅମ୍ମା ମକ୍କାଲ ମୁନ୍ନେତ୍ରା କାଝାଗମ(ଏଏମ୍‌ଏମ୍‌କେ) ମୁଖ୍ୟ ଟିଟି ଦିନାକରଣ ମଧ୍ୟ ଆନ୍ନାମ ମଲାଙ୍କୁ ସମାଲୋଚନ କରିଥିଲେ। ସେ ଅନଭିଜ୍ଞକର ରାଜନେତା ବୋଲି ଏଏମ୍‌ଏମ୍‌କେ କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.