ରାଜଧାନୀ ଦିଲ୍ଲୀରେ ଶକ୍ତ ଭୂମିକମ୍ପ ଝଟକା; ରିକ୍ଟର ସ୍କେଲରେ ତିବ୍ରତା ୫.୪

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ: ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ । ଥରି ଉଠିଲା ରାଜଧାନୀ । ଦେଶର ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇ ଘରୁ ବାହାରି ଆସିଛନ୍ତି ଲୋକେ ।  

wp:html /wp:html

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ମଙ୍ଗଳବାର ଦିନ ଗୋଟାଏ ୩୩ମିନିଟରେ ଝଟକା ଲାଗିଛି । ପୂରା ଉତ୍ତର ଭାରତରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ଜାମ୍ମୁ-କାଶ୍ମୀର ଦୋଡ଼ା ଠାରୁ ୬ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଦିଲ୍ଲୀ-ଏନସିଆର୍, ହରିୟାଣା, ପଞ୍ଜାବ ଚଣ୍ଡିଗଡ଼ରେ ଭୂମିକମ୍ପ ଝଟକା ଲଗିଛି । ପାକିସ୍ତାନର ଇସଲାମାବାଦ ଓ ଲାହୋରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.