ଅଧିକ ବର୍ଷା ଯୋଗୁଁ ବାଙ୍କୀ ତଳିଆ ଅଞ୍ଚଳରେ ପାଣି ଜମିଛି, ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇଯିବ : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | August 10, 2024 IST

ଭୁବନେଶ୍ବର ୧୦ମହାନଦୀ ସହ ଅନ୍ୟ ନଦୀର ଜଳସ୍ତର କମୁଛି । ଏ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଶନିବାର ବନ୍ଦ ହେବ ହୀରାକୁଦର ୪ଟି ଗେଟ୍ । ହୀରାକୁଦ ଉପର ମୁଣ୍ଡରେ ୧୩ ମିମି ବର୍ଷା ହୋଇଛି । ଏବେ ହୀରାକୁଦରେ ୬୧୨.୫ ଫୁଟ ଜଳସ୍ତର ରହିଛି । ଖଇରମାଳରେ ୩ ଲକ୍ଷ ୬୫ ହଜାର କ୍ୟୁସେକ ଓ ମୁଣ୍ଡଳୀରେ ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । 

ସେପଟେ ବାଙ୍କୀରେ କେବଳ ୭ ତାରିଖରେ ୩୧୭ ମିମି ବର୍ଷା ହେଲା । ଅଧିକ ବର୍ଷା ଯୋଗୁଁ ବାଙ୍କୀ ତଳିଆ ଅଞ୍ଚଳରେ ପାଣି ଜମିଛି । ଶନିବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହୋଇଯିବ ।

ବର୍ଷା ଯୋଗୁଁ ବଢୁଛି ଲୋୟର ସୁକତେଲର ଜଳସ୍ତର । ଏବେ ଲୋୟର ସୁକତେଲରେ ୧୯୬.୫୫ ମିଟର ଜଳ ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

You Can Read:

କଣ୍ଟ୍ରୋଲ ଦୋକାନରେ ଆଳୁ ବିକ୍ରି ଆରମ୍ଭ : ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ଡିଲର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.