ବନ୍ଧା ହେଲେ ତାମିଲନାଡୁର ତୀରଛି ଗ୍ୟାଙ୍ଗ : କାର୍ କାଚ ଭାଙ୍ଗି ଲୁଟୁଥିଲେ ଲାପଟପ ଓ ମୋବାଇଲ

Published By : Prameya-News7 Bureau | July 18, 2024 IST

ଭୁବନେଶ୍ବର ୧୮: ବନ୍ଧା ହେଲେ ତାମିଲନାଡୁର ତୀରଛି ଗ୍ୟାଙ୍ଗ । ରାଜଧାନୀର ଗଳି ଗଳି ବୁଲି କାର କାଚ ଭାଙ୍ଗି ଲୁଟୁଥିଲେ ଲାପଟପ ଓ ମୋବାଇଲ I ତାମିଲନାଡୁର ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । କାର ଭାଙ୍ଗିବା, ମୋ ବସ୍ ଓ ମାର୍କେଟ୍ ଅଞ୍ଚଳରୁ ପକେଟମାର ବି କରନ୍ତି I ବିଶେଷକରି ରଥଯାତ୍ରାରେ ଗହଳିର ସୁଯୋଗ ଖୋଜନ୍ତି I ବାଟୁଳିଖଡ଼ା ବା ଛିଟିକିଣି ଧରି ରାଜଧାନୀରେ ବୁଲୁଥିଲେ । କାଚ ଭାଙ୍ଗିବା ପାଇଁ ବ୍ୟବହାର କରୁଥିବା ଆଇରନ ବଲ ବା ଲୁହ ବାଟୁଳିକୁ ଚକୋଲେଟ୍ ରାପରରେ ଗୁଡ଼ାଇ ରଖୁଥିଲେ I ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଟି ଲାପଟପ ଓ ୨୫ଟି ମୋବାଇଲ ଫୋନ ଜବତ କରାଯାଇଛି I ଏ ନେଇ ପୋଲିସ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

You Can Read:

ଆମେ ଖୁସି, ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି : ପ୍ରତାପ ଷଡ଼ଙ୍ଗୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.