ରାଷ୍ଟ୍ରଦୂତ ପ୍ରତ୍ୟାବର୍ତ୍ତନ ମାମଲା: ଜୟଶଙ୍କର କହିଲେ- କାନାଡ଼ା କୁଟନୀତିଜ୍ଞଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଚିନ୍ତାର ବିଷୟ ଥିଲା

Published By : Prameya-News7 Bureau | October 22, 2023 IST

ନୂଆଦିଲ୍ଲୀ: କାନାଡ଼ା ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେରିକା ଓ ବ୍ରିଟେନ୍‌ ଭାରତ ସହ ଅସହମତି ପ୍ରକାଶ କରିବାରୁ ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏନେଇ ରୋକ୍‌ଠୋକ୍ ଜବାବ ରଖିଛନ୍ତି।

ଦେଶରେ କୁଟନୀତିଜ୍ଞଙ୍କ ଉପସ୍ଥିତି ନେଇ ଭାରତ କାନାଡ଼ା ସହ ସମାନତା ରଖିଛି। କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପରେ ଚିନ୍ତା ପ୍ରକଟ କରି ଭାରତ କେବଳ ସମାନତା କାଏମ ରଖିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିରେ ଭିଏନା ଚୁକ୍ତିର କୌଣସି ଉଲ୍ଲଂଘନ ହୋଇ ନାହିଁ। ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଜୟଶଙ୍କର କହିଛି।

ଜୟଶଙ୍କର କହିଛନ୍ତି “ଭିଏନା ଚୁକ୍ତିରେ ସମାନତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯାହା ଏହା ଉପରେ ଏକ ପ୍ରାସଙ୍ଗିକ ଅନ୍ତର୍ଜାତୀୟ ନିୟମ। କିନ୍ତୁ ଆମ ଘଟଣାରେ ଆମେ ସମାନତା ରଖିଛୁ। କାରଣ କାନାଡ଼ା ରାଷ୍ଟ୍ରଦୂତଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଆମ ପାଇଁ ଚିନ୍ତାର ବିଷୟ ଥିଲା।” ହେଲେ ଏନେଇ ସବୁକଥା ଲୋକ ଲୋଚନରେ ପ୍ରକାଶ କରୁ ନାହିଁ। ସମୟ  ଆସିଲେ ଲୋକେ ବୁଝିଯିବେ ଯେ ଆମକୁ କାହିଁକି ସେମାନଙ୍କର ସହ ସମସ୍ୟା ହେଲା ବୋଲି ଜୟଶଙ୍କର କହିଛନ୍ତି।

ପଢ଼ନ୍ତୁ-ପାଲେଷ୍ଟାଇନ୍‌ ନାଗରିକଙ୍କୁ ଇସ୍ରାଏଲର ଚରମ ଚେତାବନୀ: ଗାଜାରୁ ନହଟିଲେ ଭାବିନେବୁ ଆତଙ୍କବାଦୀ

କାନାଡା ଓ ଭାରତର ସମ୍ପର୍କରେ ତିକ୍ତତା ବିଷୟରେ ଜୟଶଙ୍କର କହିଛନ୍ତି ଯେ ମୁଁ ଆଶା କରୁଛି ଯେ ସ୍ଥିତିରେ ଖୁବ୍‌ଶୀଘ୍ର ସୁଧାର ଆସିବ। ଏବଂ ଭାରତୀୟ କୂଟନୀତିଜ୍ଞମାନେ ଆତ୍ମବିଶ୍ୱାସର ସହ ସେମାନଙ୍କର ଡ୍ୟୁଟି କରିପାରିବେ। କାନାଡ଼ାରେ ଭାରତୀୟ ନାଗରିକ ଓ କୁଟନୀତିଜ୍ଞ ସୁରକ୍ଷା ବିଷୟରେ ଜୟଶଙ୍କର କହିଛନ୍ତି ଯେ କୁଟନୀତିଜ୍ଞାଙ୍କ ନିରାପଦ ଓ ସୁରକ୍ଷା ଭିଏନା ଚୁକ୍ତିରେ ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ନିୟମ ଥିଲା। ହେଲେ ବର୍ତ୍ତମାନ କାନାଡ଼ାରେ ଏନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆମ ନାଗରିକ ଓ ରାଷ୍ଟ୍ରଦୂତ ସୁରକ୍ଷିତ ନୁହଁନ୍ତି। ଥରେ ଭାରତ ଓ କାନାଡ଼ା ମଧ୍ୟରେ କୁଟନୈତିକ ସ୍ତରରେ ସ୍ଥିତିର ସୁଧାର ଆସିଲେ ଭିଜା ନୀତିରେ ପୁଣିଥରେ କୋହଳ କରାଯିବ ବୋଲି ଜୟଶଙ୍କର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.