ନୂଆଦିଲ୍ଲୀ ୦୯।୦୧: ଚୀନରେ ବ୍ୟାପୁଛି HMPV ଭାଇରସ୍ । ଏବେ ଭାରତର ଅନେକ ଦେଶରେ ଦେଖିବାକୁ ମିଳୁଛି ଏହାର ପ୍ରଭାବ । ଦେଶରେ ବର୍ତ୍ତମାନ ଯାଏଁ ୯ଟି ମାମଲା ସାମ୍ନାକୁ ଆସିସାରିଲାଣି । ବର୍ତ୍ତମାନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଲାଣି ଲକ୍ଷଣ । ଜଣେ ୬୦ ବର୍ଷିୟ ମହିଳାଙ୍କ ଶରୀରରେ ଭାଇରସ୍ର ଲକ୍ଷଣ ମିଳିଛି । ଯାହାପରେ ତାଙ୍କୁ ବଳରାମପୁର ହସ୍ପିଟାଲେର ଭର୍ତ୍ତି କରାଯାଇଛି ଏବଂ ତାଙ୍କ ରକ୍ତ ନମୁନାକୁ ଲ୍ୟାବରେ ଟେଷ୍ଟ ପାଇଁ ପଠାଯାଇଛି ।
ସୂଚନା ଅନୁଯାୟୀ ୬୦ ବର୍ଷିୟ ଏହି ମହିଳାଙ୍କ ଠାରେ ଥଣ୍ଡା, କାଶ ଏବଂ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା । ଯାହା HMPV ଭାଇରସର ଲକ୍ଷଣ । ମହିଳା ବର୍ତ୍ତମାନ ବଳରାମପୁର ହସ୍ପିଟାଲ୍ରେ ଅଛନ୍ତି । ତାଙ୍କର ରକ୍ତ ନମୁନାକୁ ଯାଞ୍ଚ ପାଇଁ ପ୍ରାଇଭେଟ୍ ହସ୍ପିଟାଲ୍କୁ ପଠାଯାଇଛି । ଆଉ ବର୍ତ୍ତମାନ ଏହାର ରିପୋର୍ଟ ଆସିବା କରାଯାଇଛି ଅପେକ୍ଷା ।
ବର୍ତ୍ତମାନ ଯାଏଁ ଦେଶରେ HMPV ଭାଇରସ୍ର ୯ଟି ମାମଲା ସାମ୍ନାକୁ ଆସି ସାରିଛି । ତାମିଲନାଡୁରୁ ୨, ମହାରାଷ୍ଟ୍ରରୁ ୩ ଏବଂ ଗୁଜୁରାଟରୁ ୨ ଜଣ ଲୋକଙ୍କଠାରେ HMPV ଭାଇରସ୍ ଥିବା ନିଶ୍ଚିତ କରାଯାଇଛି । HMPVକୁ ନେଇ ଅନେକ ରାଜ୍ୟରେ ଏସ୍ଓପି ଏବଂ ଗାଇଡ୍ଲାଇନ୍ ଜାରି କରାଯାଇଛି ।
ସ୍ବାସ୍ଥ୍ୟା ମନ୍ତ୍ରଣାଳୟ ଅନୁଯାୟୀ HMPV କୌଣସି ନୂଆ ଭାଇରସ ନୁହେଁ । ଏହାର ଚିହ୍ନଟ ପ୍ରଥମଥର ପାଇଁ ୨୦୦୧ରେ ହୋଇଥିଲା । ଏହା ଅନେକ ବର୍ଷ ଧରି ବ୍ୟାପୁଛି । ବିଶେଷଜ୍ଞଙ୍କ ଅନୁଯାୟୀ HMPV ପୀଡିକ କ୍ବଚିତ୍ ହିଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ନଜର ଆସିଥାନ୍ତି । ଏଥିପାଇଁ ଏହା ଚିନ୍ତାଜନକ ନୁହେଁ ।
ହ୍ୟୁମାନ୍ ମେଟାନ୍ୟୁମୋଭାଇରସ ବା HMPV ଏକ ଶ୍ୱାସକ୍ରିୟା ଭାଇରସ । ଏହା ମଣିଷଙ୍କ ଫୁସଫୁସ୍ ଏବଂ ଶ୍ବାସନଳୀରେ ସଂକ୍ରମଣ ସୃଷ୍ଟି କରେ । ଏହା ସାଧାରଣତଃ ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ଭଳି ପରିସ୍ଥିତି ସୃଷ୍ଟି କରେ । ପୂର୍ବରୁ ଏପରି ରୋଗ କିମ୍ବା ଆଲର୍ଜିରେ ପୀଡିତ ଲୋକଙ୍କଠାରେ ଏହି ଭାଇରସ ସଂକ୍ରମଣ ଏକ ସାଧାରଣ କଥା ।