ବାଲେଶ୍ବର ବସ୍ତା ଅଞ୍ଚଳରେ ହେବ ହାଇଜେନିକ୍ ମାଛ ମାର୍କେଟ୍, ଭର୍ଚ୍ଚୁଆଲରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 30, 2024 IST

ଜଳେଶ୍ବର ୩୦।୮: ବାଲେଶ୍ବର ବସ୍ତା ଠାରେ ୭୮.୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଦେଶର ଦ୍ବିତୀୟ ହାଇଜେନିକ ମାଛ ମାର୍କେଟ୍ । ଭର୍ଚ୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ବାଲେଶ୍ୱର ଜିଲ୍ଲା ଧାନ, ପାନ, ମୀନ ପାଇଁ ପ୍ରସିଦ୍ଧ । ଏଠାରେ ସୁବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ରହିଛି । ଏଠାକାର ମତ୍ସ୍ୟଜୀବୀ ମାନେ ମାଛ ବିକ୍ରି ପାଇଁ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଦିଘା ଓ କଲିକତା ମାଛ ମାର୍କେଟ୍ ଉପରେ ନିର୍ଭର କରି ଆସୁଛନ୍ତି । ଏହି ସମସ୍ୟା ଦୂର କରିବା ଓ ଦୀର୍ଘ ଦିନ ଧରି ଗଚ୍ଛିତ ରଖିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବସ୍ତା ବ୍ଲକ୍ କୃଷି ଫାର୍ମ ଠାରେ ୭୮.୨୫ କୋଟି ଟଙ୍କା ବିନିଯୋଗରେ ୨୦ ଏକର ଜମିରେ ଦେଶର ଦ୍ବିତୀୟ ଆନ୍ତଃରାଜ୍ୟ ହାଇଜେନିକ୍ ମାଛ ମାର୍କେଟ୍ ନିର୍ମାଣ ହେବାକୁ ଯାଉଛି । ଯାହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । 

ଏଠାରେ ପ୍ରତ୍ୟେକ ଦିନ ଅଢେଇ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଆମଦାନୀ ହେବାର ଲକ୍ଷ୍ୟ ଥିଲା ବେଳେ ୧୩୨ଟି ମଣ୍ଡି, ୪୦ଟି ଘର, କାର୍ଯ୍ୟ।ଳୟ ଓ ପାର୍କିଂ ବ୍ୟବସ୍ଥା ରହିବ । ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିଲେ ରାଜ୍ୟ କୃଷି ଓ ମତ୍ସ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବସ୍ତା ବିଧାୟିକ ସୁବାସିନୀ ଜେନା, ସଦର ବିଧାୟକ ମାନସ ରଞ୍ଜନ ଦତ୍ତ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସହ ବହୁ ବିଭାଗର ଅଫିସର । 

You Can Read:

UCCIL ଗ୍ଲୋବାଲ ଟ୍ରେଡ୍‌ ଶୋ’ : ଡବଲ୍ ଇଞ୍ଜିନ୍‌ ସରକାରରେ ପୁଞ୍ଜିପତି ଓ ଉଦ୍ୟୋଗୀଙ୍କୁ ଥାର୍ଡ଼ ଇଞ୍ଜିନ୍ ହେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.