ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀଙ୍କ ଦରମା ବଢ଼ିବ !

Published By : Prameya-News7 Bureau | October 16, 2024 IST

ଲ୍India Salary Increase In 2025

ନୂଆଦିଲ୍ଲୀ: ପ୍ରାଇଭେଟରେ ଚାକିରି କରୁଥିବା କର୍ମାରୀଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ବର୍ଷ କର୍ମଚାରୀଙ୍କ ଦରମାରେ ହାରାହାରି ୧୦ ପ୍ରତିଶତ ବୃଦ୍ଧି ହେବ ବୋଲି କୁହାଯାଉଛି। ଭାରତୀୟ କମ୍ପାନିଗୁଡ଼ିକ ଏହାର କର୍ମଚାରୀଙ୍କୁ ୨୦୨୫ରେ ହାରାହାରି ୧୦ ପ୍ରତିଶତ ବେତନ ବୃଦ୍ଧି କରିବାର ସମ୍ଭାବନା ରହିଛି। ମଙ୍ଗଳବାର ପ୍ରତିଷ୍ଠିତ ଇନ୍ସୁରାନ୍ସ କମ୍ପାନୀ ୱିଲ୍ସ ଟାୱାର ୱାଟସନ( WTW ) ପକ୍ଷରୁ ଜାରି ନୂଆ ସାଲାରୀ ବଜେଟ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆଜିର ସମୟରେ ସବୁକିଛି ମହଙ୍ଗା ହେଉଥିବା ବେଳେ ରିପୋର୍ଟ ଅନୁସାରେ ଯଦି ଦରମା ବୃଦ୍ଧି ହେଲା ତେବେ କର୍ମଚାରୀ ନିହାତି ଉପକୃତ ହେବେ। 

WTW ରିପୋର୍ଟ କହୁଛି ମେଡିସିନ ସେକ୍ଟରରେ ଆସନ୍ତା ବର୍ଷ ସର୍ବାଧିକ ୧୦ ପ୍ରତିଶତ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି। ସେହିଭଳି ମାନୁଫ୍ୟାକଚରିଂ କ୍ଷେତ୍ରରେ ୯.୯ ପ୍ରତିଶତ, ବୀମାରେ ୯.୭ ପ୍ରତିଶତ ଦରମା ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି। ଖୁଚୁରା ବେତନ ବୃଦ୍ଧି ମଧ୍ୟ ହାରାହାରି ସ୍ତରରୁ ୯.୬ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ବେଳେ ୨୦୨୫ରେ ସଫ୍ଟଓୟାର ଏବଂ ବ୍ୟବସାୟ କ୍ଷେତ୍ରରେ ଦରମା ବୃଦ୍ଧି ୯ ପ୍ରତିଶତ ରହିବା ନେଇ ଅନୁମାନ କରିଛି WTW । 

ଦେଶଗୁଡ଼ିକ ମଧ୍ୟରେ ତୁଳନା କଲେ ୨୦୨୫ରେ ଭାରତର କର୍ପୋରେଟ ସେକ୍ଟର ୯.୫ ପ୍ରତିଶତ ଦରମା ବୃଦ୍ଧି ସହ ସବୁଠୁ ଆଗରେ ରହିବ। ସେହିପରି ଭିଏତନାମ ୭.୬ ପ୍ରତିଶତ, ଇଣ୍ଡୋନେସିଆ ୬.୫ ପ୍ରତିଶତ, ଫିଲିପିନ ୫.୬ ପ୍ରତିଶତ, ଚୀନ ୫ % ଏବଂ ଥାଇଲାଣ୍ଡ୍‌ ୫ ପ୍ରତିଶତ ଦରମା ବୃଦ୍ଧି କରିପାରନ୍ତି। 

ଜୁନ ୨୦୨୪ରେ  WTW  ତରଫରୁ କରାଯାଇଥିବା ଏହି ସର୍ଭେରେ ପ୍ରାୟ ୧୬୮ ଦେଶର କମ୍ପାନିଙ୍କ ଠାରୁ ମିଳିଥିବା ପ୍ରାୟ ୩୨ ହଜାର ଏଣ୍ଟ୍ରିଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ସର୍ଭେରେ ଭାରତରୁ ୭୦୯ ପ୍ରତିଯୋଗୀ ଭାଗ ନେଇଥିଲେ।

WTW  ଇଣ୍ଡିଆରେ ପରାମର୍ଶଦାତା ମୁଖ୍ୟ (କାର୍ଯ୍ୟ ଏବଂ ପାରିଶ୍ରମିକ) ରାଜୁଲ ମାଥୁରି କହିଛନ୍ତି, 'ଭାରତରେ କମ୍ପାନିମାନେ ବେତନ ବୃଦ୍ଧିର ସଂକେତ ଦେଉଥିଲେ ବି ସତର୍କ ଅଛନ୍ତି।' କମ୍ପାନିମାନେ କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ବେତନ ବୃଦ୍ଧି କରିବା ଚାହୁଛନ୍ତି। ଏହା ଅନୁଯାୟୀ, ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଦରମାରେ ତିନିଗୁଣା ହୋଇପାରେ। ସେହିଭଳି ହାରାହାରିରୁ ଭଲ କରୁଥିବା କର୍ମଚାରୀଙ୍କ ଦରମା ୧.୨ ଗୁଣା ହୋଇପାରେ।' ରିପୋର୍ଟରେ କୁହାଯାଇଛି ପ୍ରାୟ ୨୮ ପ୍ରତିଶତ କମ୍ପାନି ଆସନ୍ତା ୧୨ ମାସରେ ନୂଆ ନିଯୁକ୍ତି କରିବାକୁ ଯୋଜନା କରୁଛନ୍ତି। 

ଅନ୍ୟପଟେ ଟାଟା ଗ୍ରୁପ ଦେଶରେ ଆଗାମୀ ୫ ବର୍ଷରେ ୫ ଲକ୍ଷ ଡାଇରେକ୍ଟ ନିଯୁକ୍ତି ଦେବା କଥା କହିଛି। ତା ସହିତ କମ୍ପାନୀ ପରକ୍ଷୋରେ ୧୦ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଟାଟା କମ୍ପାନୀ ସିଇଓ ଏନ୍ ଚେନ୍ଦ୍ରଶେଖରନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.