ପ୍ରବଳ ବର୍ଷାରେ କ୍ଷତି ସତ୍ତ୍ୱେ ଖରିଫ ଧାନ ଅମଳ ଭଲ ରହିବ: କୃଷି ମନ୍ତ୍ରୀ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ଦେଶର ଖରିଫ ଧାନ ଅମଳ ଗତ ବର୍ଷଠାରୁ ଅଧିକ ହେବା ଅନେଇ ଆଶା ରହିଛି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଗୁରୁବାର ଏହା କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଫସଲ ହାନି ସତ୍ତ୍ୱେ ଅଧିକ ଅମଳ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭଲ ବର୍ଷା ଯୋଗୁଁ ଧାନ ଚାଷ ଭଲ ରହିଛି । ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାର କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ କ୍ଷତି ପହଞ୍ଚିଛି, ଏହା ସତ୍ତ୍ୱେ ବି ଉତ୍ପାଦନ ହ୍ରାସ ପାଇବ ନାହିଁ । ମୋଟ ଉପରେ ଧାନ ଉତ୍ପାଦନ ଚଳିତ ବର୍ଷ ଭଲ ରହିବ ।

ଖବର ଅନୁସାରେ, ନଭେମ୍ୱରରେ ଅମଳ ହେଉଥିବା ଖରିଫ ଧାନ ଭାରତରେ ମୋଟ ଧାନ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ ଅଟେ । ସରକାରଙ୍କ ତୃତୀୟ ଅନୁମାନ ଅନୁସାରେ, ୨୦୨୩-୨୪ ଫସଲ ବର୍ଷ (ଜୁଲାଇ-ଜୁନ୍)ରେ ଖରିଫ ଧାନ ଉତ୍ପାଦନ ୧୧୪.୩୬ ମିଲିୟନ୍ ଟନ୍ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତ ସପ୍ତାହ ଯାଏ ଧାନ ରୋଇବା ୧.୬୪ ମିଲିୟନ ହେକ୍ଟର ଥିଲା, ଯାହା ବଢି ଏବେ ୪୧ ମିଲିୟନ ହେକ୍ଟରରେ ହୋଇଛି ।

କେନ୍ଦ୍ରମନ୍ତ୍ରୀ ସୋଆବିନ ପରି ତୈଳ ଜାତୀୟ ଫସଲକୁ କ୍ଷତି ସତ୍ତ୍ୱେ ସାମଗ୍ରିକ ଖରିଫ ଫସଲ ଉତ୍ପାଦନ ଭଲ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସରକାର କିଛି ଦିନ ପୂର୍ବେ ବାସୁମତି ଚାଉଳ ରପ୍ତାନୀ ଉପରେ ୯୫୦ ଡଲାର ପ୍ରତି ଟନ୍ ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମଇପି)କୁ ହରାଇ ଦେଇଥିଲେ । ସରକାର କହିଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ରପ୍ତାନୀ ବଢିବ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.