'ମୋ ଅନୁମତି ବିନା...' ଅଜିତଙ୍କ ପଛ ପଟେ ନିଜ ଫଟୋ ଦେଖି ଚେତାବନୀ ଦେଲେ ଶରଦ ପାଓ୍ଵାର

Published By : Prameya-News7 Bureau | July 04, 2023 IST

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାଓ୍ଵାର ମଙ୍ଗଳବାର ନିଜ ପୁତୁରା ତଥା ବିଦ୍ରୋହୀ ନେତା ଅଜିତ ପାଓ୍ଵାରଙ୍କୁ ଚେତାବନୀ ଦେଇଛନ୍ତି। ଶରଦ ପାଓ୍ଵାର ଏହି ଚେତାବନୀ ଏକ ଫଟୋକୁ ନେଇ ଦେଇଛନ୍ତି ଯେଉଁଠି ଅଜିତ ପାଓ୍ଵାରଙ୍କ ନୂତନ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଆଜି ଅଜିତ ପାଓ୍ଵାର ଏନସିପିର ନୂତନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅଜିତ ପାଓ୍ଵାରଙ୍କ ପଛ ପଟେ ଶରଦ ପାଓ୍ଵାରଙ୍କ ଫଟୋ ରହିଛି। ଏହାକୁ ନେଇ ଶରଦ ପାଓ୍ଵାର କହିଛନ୍ତି, ଯେଉଁ ଲୋକେ ମୋତେ ଧୋକା ଦେଇଛନ୍ତି, ସେମାନଙ୍କୁ ମୋର ଫଟୋ ବ୍ୟବହାର କରିବାର କୌଣସି ଅଧିକାର ନାହିଁ।

ଶରଦ ପାଓ୍ଵାର କହିଛନ୍ତି, ଯିଏ ବିଚାରଧାରା ସହ ଧୋକା ଦେଇଛନ୍ତି, ତାଙ୍କୁ ମୋ ଫଟୋ ବ୍ୟବହାର କରିବା ଉଚିତ୍ ନୁହେଁ। ମୁଁ ଯେଉଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଛି ଏବଂ ଜୟନ୍ତ ପାଟିଲ୍ ରାଜ୍ୟ ସଭାପତି, କେବଳ ସେମାନେ  ହିଁ ମୋର ଫଟୋ ବ୍ୟବହାର କରି ପାରିବେ। ସେମାନଙ୍କୁ ଏହା ବିଚାର କରିବା ଉଚିତ୍ ଯେ, ତାଙ୍କୁ କେଉଁ ଫଟୋ ବ୍ୟବହାର କରିବା ଉଚିତ୍ ଏବଂ ନ ଉଚିତ୍।

wp:heading {"level":4}

Also read- ବିରୋଧୀ ଦଳ ନେତାରୁ ୧ ଘଣ୍ଟାରେ ଅଜିତ୍ ପାଓ୍ଵାର ଡେପୁଟୀ ସିଏମ, ଗୋଟିଏ ତୀରରେ ବିଜେପିର ୩ ଶିକାର

/wp:heading

ସୂଚନାଯୋଗ୍ୟ, ଏନସିପିର ଅଜିତ ପାଓ୍ଵାର ଗୋଷ୍ଠୀ ମଙ୍ଗଳବାର ନୂତନ ଅଫିସର ଉଦଘାଟନ କରିଛନ୍ତି। କିନ୍ତୁ ଏହି ସମୟରେ ଚାବି ହଜି ଯାଇଥିଲା। ଫଳରେ ଗେଟ୍ ଭାଙ୍ଗି ଖୋଲିବାକୁ ପଡ଼ିଥିଲା। ଏହା ପରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶରଦ ପାଓ୍ଵାରଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଶରଦ ପାଓ୍ଵାର ପ୍ରତିକ୍ରିୟା ଦେଇଛନ୍ତି। ଅପରପକ୍ଷେ ପ୍ରକୃତରେ ଏନସିପି କାହାର ତାକୁ ନେଇ ଶରଦ ପାଓ୍ଵାର ଗୋଷ୍ଠୀ ଏବଂ ଅଜିତ ପାଓ୍ଵାର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି।

‘मेरी इजाजत के बगैर...’ अजित के पीछे दिखी अपनी तस्वीर तो शरद पवार ने दी वॉर्निंग
livehindustan.com

ଏହା ମଧ୍ୟରେ ଆସନ୍ତାକାଲି ମହାରାଷ୍ଟ୍ରରେ ବଡ଼ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିପାରେ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପ୍ରମୁଖ ଶରଦ ପାଓ୍ଵାରଙ୍କ ପରେ ତାଙ୍କ ପୁତୁରା ଅଜିତ ପାଓ୍ଵାର ପାର୍ଟିର ସମସ୍ତ ପଦାଧିକାରୀଙ୍କ ବୈଠକ ଡକାଇଛନ୍ତି। ରୋଚକ କଥା ଅଜିତ ପାଓ୍ଵାର ସେହି ସମୟରେ ବୈଠକ ଡକାଇଛନ୍ତି ଯେଉଁ ସମୟରେ ଶରଦ ପାଓ୍ଵାର ପାର୍ଟି ପଦାଧିକାରୀଙ୍କୁ ଉପସ୍ଥିତ  ହେବାକୁ କହିଛନ୍ତି। ଦେଖିବା ବାକି ରହିଲା ନେତା ଏବଂ କାର୍ଯ୍ୟକର୍ତ୍ତା କାହା ବୈଠକରେ ଯୋଗ ଦେଉଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ସୁନୀଲ ତଟକରେଙ୍କୁ ପାର୍ଟିରୁ ବାହାର କଲେ ଶରଦ ପାୱାର, ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ପ୍ରଫୁଲ ପଟେଲ୍

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.