ବିନିକା ୧୬।୧୧: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାରସମାଲ ଠାରେ ବାଲିଯାତ୍ରା ମହୋତ୍ସବରେ ମୀନାବଜାର ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ପିଠି ଓ ମୁଣ୍ଡରେ ଆକ୍ରମଣ କରିବାରୁ ଦୋକାନୀ ଗୁରୁତର ହୋଇଛନ୍ତି l ଘଟଣାସ୍ଥଳରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ମାରିଦେଇଛନ୍ତି । ରାମପୁର ସାରସମାଲ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ମହୋତ୍ସବ ପଡିଆରେ ଟେସନାରୀ ଦୋକାନ ଦେଇଥିବା ଦିଗଶିରା ଗ୍ରାମର ସୁମନ୍ତ ମେହେରଙ୍କୁ ଧାରୁଆ ବ୍ଲେଡ ପରି ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଭିଡ଼ ଭିତରେ ଦୁର୍ବୃତ୍ତ ଫେରାର ମାରିଥିବା ସୂଚନା ମିଳିଛି । କୌଣସି ସାମଗ୍ରୀ କିଣାକୁ ନେଇ ସାମାନ୍ୟ ବଚସାରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଗୁରୁତର ଆହତ ଅବସ୍ଥାରେ ଥିବା ସୁମନ୍ତ ମେହେର କହିଛନ୍ତି । ତେବେ ଦୁର୍ବୃତ୍ତ ନିଶାଶକ୍ତ ଅବସ୍ଥାରେ ଜାଣିଶୁଣି ଝଗଡା ଆରମ୍ଭ କରିବା ସହ ହଠାତ ଅତର୍କିତ ଆକ୍ରମଣ କରିଥିବା ସୁମନ୍ତ କହିଛନ୍ତି । ତେବେ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସହଯୋଗୀ ମାନେ ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରିଥିବା ବେଳେ ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପିଠି ଓ ମୁଣ୍ଡରେ ୬ଟି ସ୍ଥାନରେ ଗଭୀର କ୍ଷତ ହୋଇଥିବା ପ୍ରାଥମିକ ଚିକିତ୍ସା କରି ଡୁଙ୍ଗୁରିପାଳି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାମପୁର ଥାନା ଆଇଆଇସି ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ଯାତ୍ରାରେ ଅବ୍ୟବସ୍ଥା ନେଇ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ କରିଥିବା ସୂଚନା ଦେଇଛନ୍ତି ଆଇଆଇସି ପଦ୍ମାସିନୀ ମେହଏ । ତେବେ ରାମପୁର ଅଞ୍ଚଳରେ ମାତ୍ରାଧିକ ନିଶା କାରବାର ପାଇଁ ବାରମ୍ବାର ଏଭଳି ଘଟଣା ମାନ ଘଟୁଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି ।
You Can Read: