ରାଜ୍ୟ ବିଜେପି ମୁଖ୍ୟ କେ. ଆନ୍ନା ମଲାଇଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ତାମିଲନାଡୁ ସରକାର

Published By : Prameya-News7 Bureau | May 10, 2023 IST

ଚେନ୍ନାଇ: ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନା ମଲାଇଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ତାମିଲନାଡୁ ସରକାର। ଡିଏମ୍‌କେ ଫାଇଲ୍ କରି ଅନ୍ନାମଲାଇ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କୁ ଅପମାନିତ କରିବାକୁ ଚାହୁଁଛନ୍ତି ବୋଲି ସରକାରୀ ଓକିଲ କହିଛନ୍ତି।

ନିକଟରେ ଅନ୍ନା ମଲାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଚେନ୍ନାଇ ମେଟ୍ରୋ କଣ୍ଟ୍ରାକ୍ଟ ଫିକ୍ସ ପାଇଁ ୨୦୧୧ରେ ଷ୍ଟାଲିନ ୨୦୦ କୋଟି ଲାଞ୍ଚ ନେଇଥିଲେ ବୋଲି ଆନ୍ନା ମଲାଇ ଅଭିଯୋଗ କରିଥିଲେ। ଡିଏମ୍‌କେ ନେତାମାନଙ୍କ ପାଖରେ ୧.୩୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ସବୁ ଦୁର୍ନୀତି କରି ଆୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟମାନେ ଦୁବାଇ କମ୍ପାନୀର ନିର୍ଦ୍ଦେଶ ରହିଛନ୍ତି। ଯେଉଁ କମ୍ପାନୀଗୁଡ଼ିକ ରାଜ୍ୟରେ ନିବେଶ କରୁଛନ୍ତି ବୋଲି ଅନ୍ନା ମଲାଇ ଅଭିଯୋଗ କରିଥିଲେ।

ମାନହାନୀ ମାମଲାକୁ ନେଇ ଡିଏମ୍‌କେ ପ୍ରବକ୍ତା ଟିଏକେଏସ୍ ଇଲାନଗୋଭନ ପ୍ରତିକ୍ରିୟା ଦେଇ କହିଛନ୍ତି “ ଆନ୍ନା ମଲାଇଙ୍କୁ ଦଣ୍ଡିତ କରିବାର ଭଲ ପଦକ୍ଷେପ। ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା କିଛି ନୁହେଁ, କିନ୍ତୁ ତାଙ୍କୁ ଅଯୋଗ୍ୟ କରାଗଲା। ଯଦି ସେମାନେ ଏପରି କରିପାରିଲେ। ତେବେ ଆନ୍ନା ମଲାଇଙ୍କ ବିରୋଧରେ କରିବାର ଅନେକ କାରଣ ରହିଛି।” ଅନ୍ୟପଟେ ବିଜେପି କହିଛି ଯେ କୋର୍ଟରେ ଆମେ ନ୍ୟାୟଗତ ଲଢ଼େଇ ଲଢ଼ିବୁ।  

ଖବର ଅନୁସାରେ, ଏପ୍ରିଲ ୧୪ ତାରିଖରେ ଅନ୍ନାମଲାଇ ଏକ ସମ୍ପତ୍ତି ତାଲିକା ଜାରି କରି ଡିଏମ୍‌କେ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଖେଳ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ଦୁରାଇ ମୁରଗନ ଇଭି ଭେଲୁ, କୋ ପନମୁଦି, ଭି. ସେନ୍ଥଇଲ ବାଲାଜୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍. ଜଗତରକ୍ଷକନଙ୍କ ଭଳି ଡିଏମ୍‌କେ ନେତାଙ୍କର ୧.୩୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି ଆନ୍ନାମଲାଇ କହିଥିଲେ।

ଏପ୍ରିଲ ୨୦ ତାରିଖରେ କେ. ଆନ୍ନାମଲାଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଅଡିଓକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ରାଜ୍ୟ ଅର୍ଥମନ୍ତ୍ରୀ ପାଲାନୀଭେଲ ଥିଆଗା ରାଜନ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ଏମ୍‌.କେ ଷ୍ଟାଲିନ ଓ ତାଙ୍କ ପୁଅ ଉଧୟନିଧି ଓ ଜ୍ୱାଇଁ ଭି. ସବରୀସନ ଗୋଟିଏ ବର୍ଷରେ ୩୦ ହଜାର କୋଟି କମାଇଛନ୍ତି ବୋଲି ଖୁଲାସା କରିଥିଲେ। ଏହାପରେ ଏପ୍ରିଲ ୨୫ ତାରିଖରେ ଆନ୍ନାମଲାଇ ଏହି ଅଡିଓଟିକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏହାର କିଛିଦିନ ପରେ ପାଲାନିଭେଲ ଏକ ସ୍ପଷ୍ଟୀକରଣ ଜାରି କରି ଅଡିଓ କ୍ଲିପ୍‌କୁ ନକଲି ତିଆରି କରାଯାଇଥିବା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.