ଦୋକାନ ବାରଣ୍ଡାରେ ବାନ୍ତି କରିଦେବାରୁ ଟ୍ରକ୍ ଡ୍ରାଇଭରଙ୍କୁ ମାରିଦେଲେ ଦୁଇ ଭାଇ

Published By : Prameya-News7 Bureau | August 20, 2024 IST

ବାସୁଦେବପୁର ୨୦: ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ବାଲିମୁଣ୍ଡା ବଜାରରେ ଗତ ୧୫ ତାରିଖ ସକାଳେ ଏକ ଆଇରନ ବୋଝଇ ଟ୍ରକ ନିକଟରୁ ସେହି ଗାଡିର ଡ୍ରାଇଭରଙ୍କ ମୃତଦେହ ମିଳିଥିଲା । ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଡ୍ରାଇଭରଙ୍କ ପରିବାରକୁ ଖବର ଦେଇଥିଲେ । ମୃତ ଡ୍ରାଇଭର ଜଣଙ୍କ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୁସୁଡ଼ ଗ୍ରାମର ପ୍ରଫୁଲ୍ଲ ମୋଦି ବୋଲି ଜଣାପଡିଥିଲା । ଖବର ପାଇ ପ୍ରଫୁଲ୍ଲଙ୍କ ପରିବାର ଲୋକେ ପହଞ୍ଚି ଏହା ହତ୍ୟା ବୋଲି ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରିବା ସହ ଦୁଇ ଜଣକୁ ପୋଲିସ ସନ୍ଦେହରେ ଅଟକ ରଖିଥିଲା । ପରେ ଅଟକ ଥିବା ଦୁଇ ଯୁବକ ପ୍ରଫୁଲ୍ଲକୁ ମାଡ ମାରି ମାରିଦେଇଥିବା ସ୍ବୀକାର କରିଥିଲେ ।ରାତିରେ ଦୋକାନ ଘର ବାରଣ୍ଡାରେ ବାନ୍ତି କରିବାରୁ ଗୋଇଠା ମାରିଥିଲେ ଦୁଇ ଭାଇ । ଫଳରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାଲିମୁଣ୍ଡା ଗ୍ରାମର ବିଶ୍ବଜିତ ସାମନ୍ତ ଓ ପରିତୋଷ ସାମନ୍ତ ବୋଲି ପୋଲିସ ସୂଚନା ଦେଇଛି । ଏହି ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣାରେ ଡେମୋ ଦେଖିବା ସହିତ ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଏସଡିପିଓ ସୌରବ ଓତା ସୂଚନା ଦେଇଛନ୍ତି ।

You Can Read:

ବଜ୍ରାଘାତରେ ମନ୍ଦିରରୁ ଖସିଲା ପଥର, ଦବିଗଲା ଦଧିନଉତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.