ଭାରତ ଗସ୍ତରେ ଆମେରିକା ପ୍ରତିନିଧିମଣ୍ଡଳି; ରାହୁଲ ଗାନ୍ଧିଙ୍କ ସହ ପ୍ରାଇଭେଟ୍ ମିଟିଂ ପାଇଁ ମାଗିଲେ ଅନୁମତି

Published By : Prameya-News7 Bureau | August 16, 2023 IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଆମେରିକାର ପ୍ରତିନିଧି ମଣ୍ଡଳି । ସ୍ବାଧୀନତା ଦିବସ ନିମନ୍ତ୍ରଣରେ ଆସିଥିବା ଆମେରିକୀୟ ସାଂସଦ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହିତ ବୈଠକ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପାର୍ଟିର ବରିଷ୍ଠ ଅଧିକାରୀ ପ୍ରବୀଣ ଚକ୍ରବର୍ତ୍ତୀ. । ସେ କହିଛନ୍ତି, ଆମେରିକା ଅତିଥି, ରାହୁଲ ଗାନ୍ଧିଙ୍କ ସହିତ ସାକ୍ଷାତ କରିବାକୁ ହେଲେ ଔପଚାରିକ ଭାବେ ଆବେଦନ କରିବାକୁ ପଡ଼ିବ ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତା କହିଛନ୍ତି, ଗତ ଦୁଇ ଦିନ ହେଲା  ଆମେରିକା ପ୍ରତିନିଧି ମଣ୍ଡଳିର କିଛି ସଦସ୍ୟ ରାହୁଲ ଗାନ୍ଧିଙ୍କ ସହିତ ସାକ୍ଷାତ କରିବାକୁ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧି ଓ୍ବାଏନାଡରୁ ଫେରିବା ପରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଛନ୍ତି ପ୍ରବୀଣ ଚକ୍ରବର୍ତ୍ତୀ ।

wp:embed {"url":"https://www.prameyanews7.com/viral-bhabhi-mithilesh-bhati-challenges-seema-haider/","type":"wp-embed","providerNameSlug":"prameya-news-7"}
https://www.prameyanews7.com/viral-bhabhi-mithilesh-bhati-challenges-seema-haider/
/wp:embed

ସେପଟେ ବିଦେଶ ମନ୍ତ୍ରାଳୟ, ଘରୋଇ ସାକ୍ଷାତ ବୈଠକକୁ ଅନୁମତି ଦେବ କି ନାହିଁ ବୋଲି କଂଗ୍ରେସ ନେତା ପ୍ରବୀଣ ଚକ୍ରବର୍ତ୍ତୀଙ୍କୁ ସମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ସେ କହିଛନ୍ତି, ବୈଠକ ଆୟୋଜନ କରିବା ଆମେରିକା ପ୍ରତିନିଧିମଣ୍ଡଳ ଓ ବିଦେଶ ମନ୍ତ୍ରାଳୟର ଅନ୍ତରୀଣ ମାମଲା । ତେଣୁ ସେମାନେ ସେ କଥା ବୁଝିବେ, ମୋତେ ଲାଗୁ ନାହିଁ ରାହୁଲ ଗାନ୍ଧିଙ୍କ ସହିତ ସାକ୍ଷାତ ପାଇଁ ବିଦେଶ ମନ୍ତ୍ରାଳୟ କୌଣସି ପ୍ରକାର ଆପତ୍ତି କରିବ । ଅନ୍ୟପଟେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ଆପତ୍ତି ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.