ନୂଆପଡ଼ାରୁ ୨୦ ଦାଦନ ଶ୍ରମିକ ଉଦ୍ଧାର, ୫ ସର୍ଦ୍ଦାର ଗିରଫ

Published By : Prameya-News7 Bureau | December 10, 2024 IST

ନୂଆପଡ଼ା ୧୦।୧୨: ନୂଆପଡ଼ା ପୋଲିସକୁ ବଡ଼ ସଫଳତା । ୨୦ ଦାଦନ ଶ୍ରମିକ ଉଦ୍ଧାର । ୫ ଲେବର ସର୍ଦ୍ଦାର ଗିରଫ ପରେ କୋର୍ଟ ଚାଲାଣ । କିଛି ଶ୍ରମିକ ବଲାଙ୍ଗୀର ଜିଲ୍ଲାର ଭେଲୁଆଖୋଲ ଗ୍ରାମର ହୋଇଥିବା ବେଳେ ଅନ୍ୟମାନେ ନୂଆପଡା ଜିଲ୍ଲା ସିଙ୍ଗାରୀ, ଡ଼ଙ୍ଗରପଡା, ସେମେଲପାଲି ଓ ଲଖନା ଗ୍ରାମର ବୋଲି ଜଣାପଡିଛି । ୨୦ ଦାଦନ ମଧ୍ୟରୁ କିଛି କରିମନଗର ଓ ରାଇଚୁରକୁ ଚାଲାଣ ହେଉଥିଲେ । ସମସ୍ତଙ୍କୁ ଉଦ୍ଧାର ପରେ ନିଜ ନିଜ ଘରକୁ ପଠାଯାଇଛି । ସର୍ଦ୍ଦାର ମଧ୍ୟରୁ ସେମେଲପାଲିର କାର୍ତ୍ତିକ ମହତ ଓ ବଙ୍ଗାମୁଣ୍ଡାର ଲୋକେଶ ସାହୁ, ମୁକେଶ ସାହୁ ଦିନେଶ ସାହୁ ଓ ନରେନ୍ଦ୍ର ରଣା । ୨୦ ହଜାର ଟଙ୍କା ସହ ୫ ମୋବାଇଲ ଓ ତିନୋଟି ଗାଡି ଜବତ କରିଥିବା ନୂଆପଡା ପୋଲିସ ସୂଚନା ଦେଇଛି । ବେଆଇନ ଦାଦନ ଚାଲାଣ ଅଭିଯୋଗରେ ୫ ଜଣ ଲେବର ସର୍ଦ୍ଦାରଙ୍କୁ କୋର୍ଟ ଚାଲାଣ କରିଛି ନୂଆପଡା ପୋଲିସ ।

You Can Read:

ପଣ୍ୟ କାରବାରରେ ପାରାଦୀପ ବନ୍ଦରର ରେକର୍ଡ, ଲଗାତର ୮ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.